ବୌଦ୍ଧ ସହରରେ ବିଜେଡିର ଜନ ସଂପର୍କ ପଦଯାତ୍ରା

Published By : Prameya-News7 Bureau | October 15, 2019 IST

ବୌଦ୍ଧ ୧୫।୧୦:  ବିଜୁ ଜନତା ଦଳ ବୌଦ୍ଧ ନିର୍ବ।ଚନମଣ୍ଡଳୀ ତରଫରୁ ଆଜି ବୌଦ୍ଧ ସହରରେ ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ବିଧାୟକ ପ୍ରଦୀପ ଅମାତଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ଓ ପୁରୁଷ ସମର୍ଥକ ସାମିଲ ହୋଇଥିଲେ ।

ବୌଦ୍ଧ ସହରର ଏକ ନମ୍ବର ଓ୍ବାର୍ଡରୁ ଆରମ୍ଭ ହୋଇ ୮ନମ୍ବର ଓ୍ବାର୍ଡ ପର୍ଯ୍ୟନ୍ତ ପହଂଚିଥିଲା । ପରେ ପରେ ସ୍ଥାନୀୟ ଟାଉନହଲ ଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ତଥା ଜନ ହିତକର ଯୋଜନା ସବୁକୁ ସମସ୍ତ ରାଜ୍ୟବାସୀଙ୍କ ପାଖରେ ପହଂଚାଇବାର ଲକ୍ଷ୍ୟ ରଖି ବିଜେଡି ଆଗେଇ ଚାଲିଛି ।

ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ରାଜ୍ୟ ସରକାର ଲୋକଙ୍କ ହିତ ସାଧନ ପାଇଁ ହିଁ କାମ କରିଚାଲିଛନ୍ତି ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବୌଦ୍ଧ ଜିଲ୍ଲା ବିଜେଡି ଅବଜରଭର କୃତିବାସ ପାତ୍ର, ଅକୃର ସେଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ରହିଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.