Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||
  • ନିଆଳି : ଭାରସାମ୍ୟ ହରାଇ ନାଳକୁ ଖସିପଡିଲା ଟ୍ରକ୍ : ଜଣେ ମୃତ, ଦୁଇ ଗୁରୁତର
  • ||
  • ମୁନିଗୁଡା : ଅପରେସନ୍ ଗ୍ରୀନ୍ କ୍ଲିନ୍, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଢେଙ୍କାନାଳ : ଚାଷୀଙ୍କୁ କଚାଡି ମାରିଲା ଦନ୍ତା, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ
  • ||
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||

ବିଜେଡି ଜାରିକଲା ୧୨ପୃଷ୍ଠାର ନିର୍ବାଚନୀ ଇସ୍ତାହାର- ‘ନବୀନ ଓଡିଶା ସଶକ୍ତ ଓଡିଶା’: ଜାଣନ୍ତୁ କଣ ରହିଛି ଏଥିରେ

9/04/2019 at 5:22 PM

ଭୁବନେଶ୍ବର୯|୪: ବିଜେଡି ଜାରିକଲା ନିର୍ବାଚନୀ ଇସ୍ତାହା। ୧୨ ପୃଷ୍ଠା ବିଶିଷ୍ଟ ଏହି ଇସ୍ତାହାରର ନାଁ ରଖାଯାଇଛି ନବୀନ ଓଡ଼ିଶା ସଶକ୍ତ ଓଡ଼ିଶା ।  ପୂର୍ବରୁ  ବିଜେପି ଓ କଂଗ୍ରେସ ସେମାନଙ୍କ ପ୍ରତିଶୃତି ପତ୍ର ଘୋଷଣା କରିସାରିଲେ । ଇସ୍ତାହାର ଉନ୍ମୋଚନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଆମେ ଯାହା ପ୍ରତିଶ୍ରୁତି ଦେଉ ତାହା ପାଳନ କରୁ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷ ଦିନରେ ବିଜେଡି ଜାରି କଲା ଇସ୍ତାହାର । ଦଳୀୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ନେତାଙ୍କୁ ସାଙ୍ଗରେ ନେଇ ଇସ୍ତାହାର ଉନ୍ମୋଚନ କରିଥିଲେ। ନବୀନ ଓଡ଼ିଶା ସଶକ୍ତ ଓଡ଼ିଶା ନାଁରେ ଇସ୍ତାହାର ଜାରି କରିଛି ବିଜେଡି।୧୨ ପୃଷ୍ଠାର ଇସ୍ତାହାରର ବିଜେଡି ଯେଉଁସବୁ ପ୍ରସଙ୍ଗକୁ ଗୁରୁତ୍ବ ଦେଇଛି ସେ ମଧ୍ୟରେ –କାଳିଆ ଯୋଜନା କେନ୍ଦ୍ରକୁ କ୍ରିୟାଶୀଳ କରାଯିବ,- ୧୩ଟି ସ୍ବତନ୍ତ୍ର ବିକାଶ ପରିଷଦ ଗଠନ କରାଯିବ- ଏଥିରେ ୫୦ ପ୍ରତିଶତ ମହିଳା ରହିବେ –କୃଷକଙ୍କ ପାଇଁ ୱେୟାର ହାଉସ ନିର୍ମାଣ କରାଯିବ – ଧାନର ସହାୟକ ମୂଲ୍ୟ ୨୯୩୦ ଟଙ୍କା କରାଯିବ- ମହିଳା ସ୍ବୟଂସହାୟିକା ଗୋଷ୍ଠୀଙ୍କୁ ୫ ହଜାର କୋଟି ଟଙ୍କାର ସରକାରୀ କାରବାର ସୁଯୋଗ ଦିଆଯିବ। ଇସ୍ତାହାର ଉନ୍ମୋଚନ ସହିତ ନବୀନ କହିଛନ୍ତି ଆମେ ଯାହା ଇସ୍ତାହାରରେ ଦେଉ ସେସବୁ ପୂରଣ କରୁ ।  

ବିଜେଡି ପୂର୍ବରୁ ଉଭୟ ବିଜେପି ଓ କଂଗ୍ରେସ ସେମାନଙ୍କ ଇସ୍ତାହାର ଘୋଷଣା କରିସାରିଥିଲେ । ଯେହେତୁ ଏ ଦୁଇଟିଯାକ ଜାତୀୟଦଳ ତେଣୁ ଉଭୟ ଦଳ ଜାତୀୟ ସ୍ତର ପାଇଁ ଅଲଗା ଏବଂ ଓ଼ଡିଶା ପାଇଁ ଅଲଗା ନିର୍ବାଚନ ସଂକଳ୍ପ ପତ୍ର ପ୍ରକାଶ କରିସାରିଛନ୍ତି । ତେବେ ବିଜେଡି ଇସ୍ତାହାରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ଓ କଂଗ୍ରେସ । ଧର୍ମେନ୍ଦ୍ର କହିଛନ୍ତି କାଳିଆଯୋଜନା ବିଜେଡି ପାଇଁ କାଳ ହେବ ।

ତିନି ଦଳ ନିଜ ନିଜ ଇସ୍ତାହାର ପ୍ରକାଶ କରିଛନ୍ତି। ଏଥିରେ ମହିଳା, କୃଷକ ଏବଂ ଯୁବବର୍ଗଙ୍କୁ ହାଇଲାଇଟ କରିଛନ୍ତି।

   Related Posts