Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

“ବିଜୁ ଜନତା ଦଳ କହିଲେ ୩ ଜଣ ବିଧାୟକ ଓ ଜଣେ ଅଫିସର, ମୁଁ ସେ ଦଳରେ ନାହିଁ”-ଦାମ

11/09/2018 at 5:05 PM

ଭୁବନେଶ୍ୱର ୧୧/୯ : ବିଜୁ ଜନତା ଦଳ କହିଲେ ଜଣେ ଅଫିସର ଏବଂ ୩ ଜଣ ବିଧାୟକଙ୍କୁ ବୁଝାଉଛି | ୩ ଜଣ ବିଧାୟକ ହେଲେ ଦେବାଶିଷ ସାମନ୍ତରାୟ, ଅରୁଣ ସାହୁ ଏବଂ ବବି ଦାସ | ସେ ଦଳରେ ମୁଁ ନାହିଁ ବୋଲି ଡ.ଦାମୋଦର ରାଉତ କହିଛନ୍ତି |

ଆଜି ଜଗତସିଂହପୁରର ଦୁଇ ଜଣା ବରିଷ୍ଠ ନେତା ଓ କର୍ମୀ ନବୀନ ପଟ୍ଟନାୟକଙ୍କୁ ଭେଟି ଦାମୋଦର ରାଉତଙ୍କୁ ବହିଷ୍କାର କରିବା ପାଇଁ ଦାବି କରିବା ପରିପ୍ରେକ୍ଷୀରେ ଡ. ରାଉତ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି | ସେ କହିଛନ୍ତି ଯେ, ବିଭିନ୍ନ ପଂଚାୟତରେ ୫ ହଜାର ଟଙ୍କା ଲେଖାଏଁ ଦେଇ ଲୋକଙ୍କୁ ନବୀନ ନିବାସ ଅଣାଯାଇଥିଲା |
ସେ କୌଣସି ଦଳ ବିରୋଧୀ କାର୍ଯ୍ୟ କରିନାହାନ୍ତି ବୋଲି ଆଜି ପୁଣି ସଫେଇ ଦେଇଛନ୍ତି | ଏରସମାରେ ପ୍ରତିବର୍ଷ ସେପ୍ଟେମ୍ବର ୬ ତାରିଖରେ ବିପ୍ଳବ ଦିବସ ପାଳନ ହୁଏ | ଏରସମା ବାସିନ୍ଦା ହିସାବରେ ସବୁ ବର୍ଷ ଏହି ସଭାରେ ସେ ଯୋଗ ଦିଅନ୍ତି | ଏହି ସଭା ସମ୍ପୂର୍ଣ ନିର୍ଦଳୀୟ ସଭା ବୋଲି ଡ. ରାଉତ କହିଛନ୍ତି |

ଅପରପକ୍ଷରେ ବିଷ୍ଣୁ ଦାସ ଏବଂ ପ୍ରଶାନ୍ତ ମୁଦୁଲିଙ୍କ ଉପରେ ବର୍ଷିଛନ୍ତି ଡ.ଦାମୋଦର ରାଉତ | ସେ କହିଛନ୍ତି ଯେ, ଏକ ନିର୍ଦଳୀୟ ବୈଠକରେ ଯୋଗ ଦେଲେ ପ୍ରଶାନ୍ତ ମୁଦୁଲିଙ୍କୁ କାହିଁକି ବାଧୁଛି ? ଏଥିରେ ଦଳ ବିରୋଧୀ କାର୍ଯ୍ୟ କୋଉଠି ଆସିଲା ? ଅପରପକ୍ଷରେ ସମ୍ବିଧାନ ଉଲଂଘନ କରି ଜଣେ ବିଧାୟକ ହୋଇ ପ୍ରଶାନ୍ତ ମୁଦୁଲି କିଭଳି ଜିଲ୍ଲା ପ୍ଲାନିଂ ବୋର୍ଡର ଅଧ୍ୟକ୍ଷ ହୋଇଛନ୍ତି ବୋଲି ଦାମ ପ୍ରଶ୍ନ କରିଛନ୍ତି | ସେ କହିଛନ୍ତି ଯେ, ନିୟମ ଅନୁସାରେ ଜିଲ୍ଲା ପରିଷଦର ଯିଏ ଅଧ୍ୟକ୍ଷ ସେ ଜିଲ୍ଲା ପ୍ଲାନିଂ ବୋର୍ଡର ଅଧ୍ୟକ୍ଷ ରହିବା କଥା | ପ୍ରତିବର୍ଷ ରାଜ୍ୟ ସରକାର ଜଗତସିଂହପୁର ଜିଲ୍ଲା ପ୍ଲାନିନ୍ହ ବୋର୍ଡକୁ ୧ କୋଟି ୧୪ ଲକ୍ଷ ଟଙ୍କା କ୍ରିଟିକାଲ ଫଣ୍ଡ ପ୍ରଦାନ କରନ୍ତି | ଜିଲ୍ଲାରେ ୪ଟି ନିର୍ବାଚନ ମଣ୍ଡଳୀ ଅଛି | କେବଳ ପାରାଦୀପ ନିର୍ବାଚନ ମଣ୍ଡଳୀକୁ ଟଙ୍କାଟିଏ ନଦେଇ ଅନ୍ୟ ସବୁ ନିର୍ବାଚନ ମଣ୍ଡଳୀକୁ ପ୍ରଶାନ୍ତ ମୁଦୁଲି ପଇସା ଦେଇଛନ୍ତି ବୋଲି ଦାମ ଅଭିଯୋଗ କରିଛନ୍ତି |

ବିଷ୍ଣୁ ଦାସଙ୍କ ସମ୍ପର୍କରେ ମଧ୍ୟ ଡ. ରାଉତ କଟୁ ମନ୍ତବ୍ୟ ପ୍ରଦାନ କରିଛନ୍ତି | ବିଷ୍ଣୁ ଦାସ ବିଧାୟକ ହୋଇପାରିଲେନି | ତାଙ୍କୁ ରାଜ୍ୟସଭାକୁ ପଠାଯାଇଥିଲା | ସେଇଠୁ ଆଣି ତାଙ୍କୁ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟାକ୍ଷା କରାଯାଇଛି | ସେ ରାଜ୍ୟର ଯୋଜନା ଅଟକଳ କେତେ କେତେ କରିପାରିବେ କି ବୋଲି ଦାମ ପ୍ରଶ୍ନ କରିଛନ୍ତି | ପ୍ରତି ୧୫ ଦିନରେ ବିଷ୍ଣୁ ଦାସ ପାରାଦୀପ ଯାଆନ୍ତି | ପାରାଦୀପରେ ବିଜେଡି ଲୋକଙ୍କ ସହ କଥା ନହୋଇ କଂଗ୍ରେସର ଜଣେ ସ୍ଥାନୀୟ ଅପରାଧୀ ଶ୍ରେଣୀର ନେତାଙ୍କୁ ଧରି ବିଭିନ୍ନ କମ୍ପାନୀ ବୁଲନ୍ତି ଓ କମ୍ପାନୀର ବାର୍ଷିକ ବଜେଟ ଆକଳନ ବୁଝନ୍ତି ବୋଲି ଟଚଲ୍ୟ କରିଛନ୍ତି |

ରାଜ୍ୟ ଯୋଗାଣ ବୋର୍ଡର ଉପାଧ୍ୟକ୍ଷ ଭାବେ ସ୍ପେସିଆଲ ପ୍ରୋବ୍ଲେମ ଫଣ୍ଡରେ ୧୦ କୋଟି ଟଙ୍କା ତାଙ୍କୁ ଦିଆଯାଇଛି | ଏହି ପାଣ୍ଠି ସମଗ୍ର ରାଜ୍ୟ ପାଇଁ ଉଦ୍ଧିଷ୍ଟ | କିନ୍ତୁ ଏହି ପାଣ୍ଠିରୁ ଜଗତସିଂହପୁର ଜିଲ୍ଲାର ୩ଟି ନିର୍ବାଚନ ମଣ୍ଡଳୀରେ ବାଣ୍ଟିଛନ୍ତି ବୋଲି ଦାମ ଅଭିଯୋଗ କରିଛନ୍ତି | କେବେଳେ ଜଗତସିଂହପୁର ନିର୍ବାଚନ ମଣ୍ଡଳୀକୁ ଦିଆଯାଇଛି ୪ କୋଟି ୪୬ ଲକ୍ଷ | ସେହିଭଳି ତିର୍ତୋଲ ନିର୍ବାଚନ ମଣ୍ଡଳୀର ୩ଟି ବ୍ଲକକୁ ୧ କୋଟି ୩ ଲକ୍ଷ ଦିଆଯାଇଛି | ଏରସମା ବାଲିକୁଦା ନିର୍ବାଚନ ମଣ୍ଡଳୀକୁ ୬୮ ଲକ୍ଷ ଦେଇଛନ୍ତି ବୋଲି ଦାମ ସୂଚନା ଦେଇଛନ୍ତି | କୋଉ ଯୋଗ୍ୟତା ଥାଇ ସବୁ ପଦ ପଦବୀ ମାଡି ବସିଛନ୍ତି ବୋଲି ମଧ୍ୟ ଦାମ ପ୍ରଶ୍ନ ଉଠାଇଛନ୍ତି |

ଏସବୁ କହିଲେ କୁଳ କୁଟୁମ୍ବକୁ ଲାଜ, ନକହିଲେ କୁଳ ଭାସିଯାଉଛି ବୋଲି ଦାମ କ୍ଷୋଭର ସହିତ କହିଛନ୍ତି | ପ୍ଲାନିଂ ମନ୍ତୀଙ୍କୁ ଚିଠି ଲେଖିଲେ ମଧ୍ୟ ଉତ୍ତର ମିଳେନି ବୋଲି ଦାମ କହିଛନ୍ତି |

   Related Posts