ଏସିଏଫ୍‌ଓ ସୌମ୍ୟ ମୃତ୍ୟୁ ଘଟଣାକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ

Published By : Prameya-News7 Bureau | October 17, 2021 IST

ସୋର ,୧୭/୧୦: ଏସ୍‌ସିଏଫ୍‌ଓ ସୌମ୍ୟ ମୃତ୍ୟୁ ଘଟଣାରେ  ବିଜେଡି ପ୍ରେସ ମିଟ କରିଛି l ଗତକାଲି ବିଜେପି ମୁଖପାତ୍ରଙ୍କର ବିବୃତିକୁ ନେଇ ସମାଲୋଚନା କରିଛି ଖଇରା ବିଜେଡି ।  ସୌମ୍ୟ ମୃତ୍ୟୁ ଘଟଣାର ଉଚ୍ଚ ନ୍ୟାୟାଳୟରେ ତଦନ୍ତ ଚାଲିଥିବା ବେଳେ ବିଜେପି ରାଜ୍ୟ ମୁଖପାତ୍ର ଗତକାଲି ସାମ୍ବାଦିକ ସମ୍ମିଳନୀରେ ସିଧାସଳଖ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ଟାଣିଥିଲେ । ତାଙ୍କୁ ବଦନାମ କରିବା ପାଇଁ ହୀନ ରାଜନୀତି କରାଯାଉଥିବା ବିଜେଡି କହିଛି ।

ଏହାକୁ ନେଇ ଖଇରା ବିଜେଡି କାର୍ଯ୍ୟଳୟ ପରିସରରେ ବିଜେଡି ବ୍ଲକ ସଭାପତି ବ୍ରଜ କିଶୋର ମହାନ୍ତି ନିନ୍ଦା କରିବା ସହିତ ବିଜେପିର ସିମୁଳିଆ ନିର୍ବାଚନ ମଣ୍ଡଳୀରେ ବିକାଶ ମୂଳକ କାର୍ଯ୍ୟରେ ଇର୍ଷା ପ୍ରରାୟଣ ହୋଇ ତୁଛା ରାଜନୀତି କରୁଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ସମ୍ମିଳନୀରେ ବ୍ଲକ ଉପାଧ୍ୟକ୍ଷ ଜୟନ୍ତ କୁମାର ରାଉତ, ଜିଲ୍ଲା ପରିଷଦ ଜୟନ୍ତୀ ମହଲା, ଛାତ୍ର ନେତା ମାନସ ଦାସ, ବ୍ଲକ ବିଜେଡି ସଂମ୍ପାଦକ ପ୍ରହଲ୍ଲାଦ ପତି, ବ୍ଲକ ଯୁବ ସଭାପତି ମୁକ୍ତିକାନ୍ତ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.