ସାଂସଦ ମାନଙ୍କୁ ଡାକି ମନ୍ତ୍ର ଫୁଙ୍କିଲେ ନବୀନ: ସଂସଦରେ ବିଜେଡି ଦେଖାଇବ ଓଡ଼ିଶାର ଦମ୍‌:

Published By : Prameya-News7 Bureau | January 28, 2020 IST

ଭୁବନେଶ୍ବର୨୮/୧:  ଏଥର ସଂସଦର ଶୀତ ଅଧିବେଶନରେ ବିଜେଡି ଦେଖାଇବ ଓଡ଼ିଶାର ଦମ୍‌ । ଦଳର ଲୋକସଭା ଓ ରାଜ୍ୟ ସଭାର ସାଂସଦ ମାନଙ୍କୁ ଡାକି ମନ୍ତ୍ର ଫୁଙ୍କିଛନ୍ତି ଦଳପତି ନବୀନ ପଟ୍ଟନାୟକ । ଏନପିଆରକୁ ସମର୍ଥନ କରିବ ବୋଲି ବିଜେଡି ଘୋଷଣା କରିଛି । ଏହା ସହ ଜନଗଣନାରେ ଜାତି ଭିତ୍ତିକ ହେବାକୁ ଦାବି କରିବାକୁ ରଣନୀତି ପ୍ରସ୍ତୁତ କରିଛି ବିଜେଡି। ତେବେ ବିଧାନ ପରିଷଦ ନେଇ କେନ୍ଦ୍ର ଗ୍ରୀନ ସିଗିନାଲ ଦେଇଥିବା ବିଜେଡି କହିଛି ।ସେପଟେ ସଂସଦରେ କିପରି ସାଂସଦମାନଙ୍କର ପ୍ରଦର୍ଶନ ହେବ ସେନେଇ ପୁରା ନଜର ରଖଇବେ ନୀନ । ସେପଟେ ବିରୋଧୀ କିନ୍ତୁ ବିଜେଡି ରଣନୀତି ନେଇ ସମାଲୋଚନା କରିଛି।

{"id":217191,"sizeSlug":"large"}

ଏନପିଆରକୁ ବିଜେଡି ଦେବ ସମର୍ଥନ । ସିଏଏକୁ ବିଜେଡି ସମର୍ଥନ ଦେବା ପରେ ଏନଆରସି ଓ ଏନପିଆର ଉପରେ ଦଳର ଆଭିମୁଖ୍ୟ କଣ ହେବ ସେନେଇ ଦ୍ବନ୍ଦ ଥିଲା। ଆଜି ବିଜେଡି ସଂସଦୀୟ ଦଳ ବୈଠକ ପରେ ଏଭଳି ଘୋଷଣା କରିଛି ବିଜେଡି । ଏନପିଆରର ସେକସନ 13/2କୁ କେନ୍ଦ୍ର ଇଛାଧୀନ ରଖିବାଯୋଗୁ ଏହାକୁ ସମର୍ଥନ ଦେବ ବୋଲି ବିଜେଡି କହିଛି । ଏହି କ୍ଲଜ ଅନୁଯାୟୀ ନାଗରିକମାନଙ୍କ ବାପାମାଙ୍କ ଜନ୍ମସ୍ଥାନ ତଥ୍ୟ ଦେବା ନାଗରିକମାନଙ୍କ ଲାଗି ବାଧ୍ୟତାମୂଳକ ନୁହେଁ । ସେପଟେ ବିଧାନ ପରିଷଦ ବିଲକୁ ସଂସଦରେ ପାରିତ କରାଇବା ନେଇ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେଇଥିବା ବିଜେଡି ସ୍ପଷ୍ଟ କରିଛି।

{"id":217192,"sizeSlug":"large"}

ଆସନ୍ତା ଶୀତ ଅଧିବେଶନରେ ବିଜେଡିର ରଣନୀତି କଣ ହେବ ସେନେଇ ଦଳ ସୁପ୍ରିମୋ ନବୀନ ପଟ୍ଟନାୟଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ୨୦୨୧ ଜନ ଗଣନାରେ ଜାତିଭିତ୍ତିକ ପରିସଂଖ୍ୟାନ ପାଇଁ ବ୍ୟବସ୍ଥା କରିବାକୁ ବିଜେଡି ସଂସଦରେ ଦାବି କରିବ । ସେହିଭଳି କୋଲ୍ ରୟାଲଟି , ଗ୍ରୀନ ଏନର୍ଜି ସେସ ପ୍ରସଙ୍ଗ ଉଠାଇବାକୁ ନିଷ୍ପତ୍ତି ନେଇଛି ଦଳ ।  

{"id":217193,"sizeSlug":"large"}

ସେହିପରି ପୂର୍ବରୁ ଜିଏସିଟି ବାବଦକୁ ବାକି ଥିବା ଅର୍ଥ ଏବଂ ଅଧପନ୍ତରିଆ ହୋଇ ରହିଥିବା ରେଳ ପ୍ରକଳ୍ପକୁ ଶେଷ କରିବାକୁ ଦାବି କରିବ ବିଜେଡି।  ମହାନଦୀ ପୋଲାଭରମ ଭଳି ଆନ୍ତରାଜ୍ୟ ନଦୀଜଳ ବିବାଦ ଉଠାଇବା ପ୍ରସଙ୍ଗକୁ ସଂସଦରେ ଉଠାଇବାକୁ ବିଜେଡି ସଂସଦୀୟ ଦଳ ବୈଠକରେ  ନିଷ୍ପତ୍ତି ହୋଇଛି। ଏହା ସହ ନିଜ ନିଜର ପର୍ଫରମାନ୍ସ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି ବିଜେଡି ସୁପ୍ରିମୋ ।ସେପଟେ ବିଜେପି ଓ କଂଗ୍ରେସ କହିଛନ୍ତି ଯେ ବିଜେଡି କେନ୍ଦ୍ରରେ ଓଡ଼ିଶାର ପ୍ରସଙ୍ଗ ଉଠାଉନାହିଁ। ଆସନ୍ତା ୩୧ରୁ ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆରମ୍ଭ ହେବ । ତେବେ ଏଥର ବିଜେଡି ସଂସଦରେ ଓଡ଼ିଶାର ଦମ୍‌ କେତେ ଦେଖାଉଛି ତାହା ବଜେଟରୁ ହିଁ ସ୍ପଷ୍ଟ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.