ଜଗତସିଂହପୁରରେ ବିଜେଡିର ଦୁଇ ଗୋଷ୍ଠୀ ମୁହାଁମୁହିଁ
30/09/2018 at 3:05 PM

ଜଗତସିଂହପୁର ୩୦/୯ : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଠାରେ ଆଜି ଆୟୋଜିତ ବିଜେଡିର ମହିଳା ସମାବେଶକୁ ନେଇ ସରଗରମ ହୋଇଛି ଜିଲା ବିଜେଡି ରାଜନୀତି । ଏହି ସମାବେଶକୁ ଯାଉଥିବା ଏକ ଶୋଭାଯାତ୍ରାକୁ ତାରପୁର ନିକଟରେ ତିର୍ତୋଲ ବିଧାୟିକା ତଥା ଜିଲା ମହିଳା ବିଜେଡି ସଭାପତି ରାଜଶ୍ରୀ ମଲ୍ଲିକଙ୍କ ବିରୋଧୀ ଭାବରେ ପରିଚିତ ବିଜେଡି କର୍ମୀ ମାନେ ବିରୋଧ କରିବା ସହ ଶୋଭଯାତ୍ରା ରେ ଯାଉଥିବା ଜିଲା ପର୍ଯ୍ୟବେକ୍ଷକ ପ୍ରଫୁଲ ସାମଲ,ମନ୍ତ୍ରୀ ପ୍ରତାପ ଜେନା ଓ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଅଟକାଇ ରାଜଶ୍ରୀ ରାଜଶ୍ରୀଙ୍କୁ ବିରୋଧ କରି ଏକ ଦାବିପତ୍ର ଦେଇଥିଲେ । ରାଜଶ୍ରୀ ହଟାଅ ତିର୍ତୋଲ ବଞ୍ଚାଅ ନାରା ଦେବା ସହ ବିରୋଧୀ ଓ ରାଜଶ୍ରୀଙ୍କ ସମର୍ଥକଙ୍କ ମଧ୍ୟରେ ଧସ୍ତାଧସିତ ହେବା ସହ ଉତେଜନା ପ୍ରକାଶ ପାଇଥିଲା । ଆରପଟେ ଜୁଜଙ୍ଗ ସମାବେଶକୁ ଜିଲା ବିଜେଡି ସଭାପତି ବିଷ୍ଣୁ ଦାସଙ୍କୁ ଡକା ଯାଇନଥିବା ବେଳେ ବିଷ୍ଣୁଙ୍କ ସମର୍ଥକ ମାନେ ଜଗତସିଂହପୁର ରେ ଏକ ସମାନ୍ତରାଳ ଆୟୋଜନ କରିଛନ୍ତି । ବିରୋଧୀଙ୍କ ଏହି ବିରୋଧର କୌଣସି ପ୍ରଭାବ ପଡିବ ନାହିଁ ବୋଲି ରାଜଶ୍ରୀ କହିଥିବା ବେଳେ ମୁଖ୍ୟମନ୍ତ୍ରୀ ନିର୍ଦେଶ ଯାହା ସେଇଆ ହେଉଛି ଜିଲା ବିଜେଡିର କୌଣସି କନ୍ଦଳ ନାହିଁ ବୋଲି ଜଗତସିଂହପୁର ସମାବେଶରେ ଯୋଗଦେଇ ଥିବା ରାଜ୍ୟ ମହିଳା ବିଜେଡି ସମ୍ପାଦିକା କନକ ପ୍ରଭା ଲେଙ୍କା କହିଛନ୍ତି ।