୨୦ ବର୍ଷ ପୂର୍ତ୍ତି ଅବସରରେ ୨୦ ଲକ୍ଷ ପକ୍କା ଘର ବାଣ୍ଟିବେ ନବୀନ ସରକାର

Published By : Prameya-News7 Bureau | February 08, 2020 IST

ଭୁବନେଶ୍ବର ୮/୨: ପୁଣି ଆବାସ ବିବାଦ । ୨୦ ବର୍ଷ  ପୂର୍ତ୍ତି ପାଳନ ଅବସରରେ ୨୦ ଲକ୍ଷ ପକ୍କା ଘର ବାଣ୍ଟିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ମାର୍ଚ୍ଚ ୫ରୁ ଆରମ୍ଭ ହେବ ଘରର କାର୍ଯ୍ୟାଦେଶ ବଣ୍ଟା । ୩ ବର୍ଷରେ ଘର କାମ ସାରିବାକୁ ଯୋଜନା କରିଛନ୍ତି ସରକାର । ହେଲେ ଏହାକୁ ନେଇ ଆରମ୍ଭ ହୋଇଛି ବୟାନବାଜି । ବିରୋଧୀଙ୍କ ଯୁକ୍ତି ଆବାସ ଯୋଜନାରେ ରାଜ୍ୟରେ ୧୪ ଲକ୍ଷ ଅଯୋଗ୍ୟ ହିତାଧୀକାରୀ ଧରାପଡିଛନ୍ତି । ସରକାର ଯେଉଁ କେନ୍ଦ୍ର ଯୋଜନାକୁ ନିଜର କହି ବାହା ବାହା ନେବାକୁ ଆରମ୍ଭ କରିଛନ୍ତି ତାହା କରିବାକୁ ଦିଆଯିବନି । ସେପଟେ ଯୋଜନାର ସଫଳତା ପାଇଁ କେନ୍ଦ୍ରରୁ ପୁରଷ୍କୃତ ହୋଇଥିବା କଥା କହି ଜବାବ ରଖିଛି ବିଜେଡି ।

{"id":221954,"sizeSlug":"large"}

ସରକାରଙ୍କ ୨୦ ବର୍ଷ ପୂର୍ତ୍ତି ଅବସରରେ ୨୦ ଲକ୍ଷ ପକ୍କା ଘର ବାଣ୍ଟିବେ । ବିଜୁ ଜୟନ୍ତିରୁ ଘର ବାଣ୍ଟିବାକୁ ପ୍ରସ୍ତୁତ ହେଉଛି ବ୍ଲୁ ପ୍ରିଣ୍ଟ । ୩୦ଟି ଜିଲ୍ଲାରେ ଏଥିପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହେବ । ମନ୍ତ୍ରୀମାନେ ସେଦିନ ବିଭିନ୍ନ ଜିଲ୍ଲା ଗସ୍ତକରି ଏକ ସ୍ବତନ୍ତ୍ର ଉତ୍ସବରେ ବିଜୁ ପକ୍କାଘର କାର୍ଯ୍ୟାଦେଶ ବାଣ୍ଟିବେ । ସରକାର ବାଣ୍ଟିବେ କିନ୍ତୁ ବିଜୁ ଜୟନ୍ତିରୁ ବଣ୍ଟାଗଲା ବୋଲି ବାର୍ତ୍ତା ଯିବ । ଯେହେତୁ ମାର୍ଚ୍ଚ ୫ ବିଜୁ ଜୟନ୍ତିରୁ ଆବାସ ଲାଗି କାର୍ଯ୍ୟାଦେଶ ଦେବା ଆରମ୍ଭ ହେବ ସେଥିପାଇଁ ଆଗୁଆ ମୁଖ୍ୟମନ୍ତ୍ରୀ ବୈଠକ ଡାକି ଆଲୋଚନା ସାରିଛନ୍ତି । ରାଜ୍ୟର ସବୁ ପଞ୍ଚାୟରେ ଥିବା କଚା ଘରକୁ ୩ ବର୍ଷ ମଧ୍ୟରେ ପକ୍କା ଘରରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

{"id":221955,"sizeSlug":"large"}

ଆଗକୁ ପଞ୍ଚାୟତ ନିର୍ବାଚନ । ତା ପୂର୍ବରୁ ସରକାର ଘର ବାଣ୍ଟି ଲୋକଙ୍କ ନିକଟତର ହେବେ । ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ସରକାର ବାଣ୍ଟିବାକୁ ଥିବା ଘର କେଉଁ ଯୋଜନାର। ଏହା କେନ୍ଦ୍ରର ପ୍ରଧାନମନ୍ତ୍ରୀ ଆବାସ ଘର ନା ବିଜୁ ପକ୍କାଘର ଯୋଜନାର ଘର । ବିଜେପି କହିଛି ଅନ୍ୟ ରାଜ୍ୟମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ବାଣ୍ଟି କାମ ଆରମ୍ଭ କଲେଣି । ଓଡିଶାରେ ତାହା ହୋଇପାରିନି । ଆବାସ ତାଲିକାରେ ଜାଲିଆତି ଯୋଗୁଁ ୧୪ ଲକ୍ଷ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି । ସରକାର କେନ୍ଦ୍ରର ଆବାସ ଯୋଜନାକୁ ଯଦି ନିଜ ଯୋଜନା କହି ନିଜ ଦଳୀୟ ଲୋକଙ୍କୁ ବାଣ୍ଟିବାକୁ ଚେଷ୍ଟା କରନ୍ତି ତେବେ ରାଜନୈତିକ ଲଢେଇ ହେବ । ଆଉ କଂଗ୍ରେସ କହିଛି ରାଜ୍ୟରେ ଆବାସ ଯୋଜନା କେଳେଙ୍କାରୀ ଯୋଜନା ହୋଇସାରିଛି । ସେପଟେ ବିରୋଧୀଙ୍କୁ ଜବାବ ଦେବାକୁ ଯାଇ ବିଜେଡି କହିଛି ଯୋଜନା ଭଲ କାମ ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ସମ୍ମାନୀତ କରିଛନ୍ତି ।

{"id":221956,"sizeSlug":"large"}

ମାର୍ଚ୍ଚ ୫ ତାରିଖରୁ ଘର ବଣ୍ଟା ହେବ । ହେଲେ ତା ପୂର୍ବରୁ ଆରମ୍ଭ ହୋଇଥିବା ରାଜନୈତିକ ଆରୋପ ପ୍ରତ୍ୟାରୋପ ରୋଚକ ମୋଡ ନେବାକୁ ଯାଉଛି ।

{"id":221957,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.