ଜାନୁଆରୀ ୮ ଭାରତ ବନ୍ଦକୁ ସମର୍ଥନ କଲେ ବିଜେଡି ଓ କଂଗ୍ରେସ
6/01/2020 at 2:36 PM

ଭୁବନେଶ୍ୱର ୦୬।୦୧ – ଜାନୁଆରୀ ୮ ତାରିଖରେ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦକୁ ବିଜେଡି ଓ କଂଗ୍ରେସ ସମର୍ଥନ ଦେବେ ବୋଲି କହିଛନ୍ତି। ଏମାନେ ବନ୍ଦକୁ ନୈତିକ ସମର୍ଥନ ଦେବେ ବୋଲି ସୂଚନା ଦେଇଛନ୍ତି ।
ସୂଚନା ଯୋଗ୍ୟ କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ପ୍ରତି ବାଦରେ ୧୦ଟି ଶ୍ରମିକ ସଙ୍ଗଠନ ପକ୍ଷରୁ ଜାନୁଆରି ୮ ତାରିଖରେ ୨୪ ଘଣ୍ଟିଆ ବାରତ ବନ୍ଦ ଡାକରା ଦିଆଯାଇଛି । ଏଥିଯୋଗୁଁ ସାରା ଦେଶରେ ରେଳ ଓ ବ୍ୟାଙ୍କି ସହ ବିଭିନ୍ନ ସେବା ପ୍ରଭାବିତ ହେବ ।

ସିଟୁ ର ସାଧାରଣ ସମ୍ପାଦର ତପନ ସେନ ଏହି ସୂଚନା ଦେଇଛନ୍ତି । ଦେଶର ଆର୍ଥିକ ସ୍ଥିତି ଭଲ ନଥିବା ଅଭିଯୋଗରେ ଏହି ବନ୍ଦ ଡାକରା ଦିଆଯାଇଥିବା ସେ ସୂଚନା ଦେଇଛନ୍ତି । ଏଥିରେ ଲକ୍ଷ ଲକ୍ଷ ଶ୍ରମିକ ଭାଗ ନେବା ବୋଲି ସେ ସୂଚନା ଦେଇଛନ୍ତ ।
ବିଭିନ୍ନ ବ୍ୟାଙ୍କି ସେବା ସହ ରେଳ ସେବା ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସେବା ପ୍ରଭାବିତ ହେବବୋଲି ଜଣା ପଡିଛି ।
ଶ୍ରିମିକମାନଙ୍କ କ୍ଷେତ୍ରରେ ସରକାର ଘୋଷଣା କରିଥିବା ବିଭିନ୍ନ ନୀତି ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଛି । ଶ୍ରମ ଆଇନରେ କରାଯାଇଥିବା ପରିବର୍ତ୍ତନ କୁ ବିରୋଧ କରାଯାଇଛି ।