ଚାଷୀଙ୍କ ବେକେୟା ଟଙ୍କା ଓ ଏଫସିଆଇ ଚାଉଳ ଉଠାଣରେ ଅବହେଳା ଅଭିଯୋଗ : ବିଜେଡି ପକ୍ଷରୁ ଗଣଧାରଣା

Published By : Prameya-News7 Bureau | July 20, 2021 IST

କଣ୍ଟାବାଞ୍ଜି ୨୦।୭: ଚାଷୀଙ୍କ ବେକେୟା ଟଙ୍କା ଓ ଏଫସିଆଇର ଚାଉଳ ଉଠାଣରେ ଅବହେଳା ବିରୋଧରେ କଣ୍ଟାବାଞ୍ଜି ବିଜେଡି ପକ୍ଷରୁ ଗଣଧାରଣା ଦିଆଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ କେନ୍ଦ୍ର ସରକାର ଚାଷୀ ମାରଣା ନୀତି ଚଲାଉଥିବା ଅଭିଯୋଗରେ ରାଜ୍ୟସାରା ବିଜେଡି ଗଣଧାରଣା କାର୍ଯ୍ୟକ୍ରମ ଜାରି ରଖିଛି । ଏହି କ୍ରମରେ କଣ୍ଟାବାଞ୍ଜି ବିଜେଡି ପକ୍ଷରୁ ସ୍ଥାନୀୟ ଇନ୍ଦିରା ଛକଠାରେ ଗଣ ଧାରଣା କାର୍ଯ୍ୟକ୍ରମ କରାଯାଇଥିଲା ।

{"id":483404,"sizeSlug":"large","linkDestination":"none"}

ପୂର୍ବତନ ବିଧାୟକ ଆୟୁବ ଖାଁ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅଜୟ ଦାସ, ରାଜ୍ୟ ଯୁବ ବିଜେଡି ରାଜ୍ୟ ସମ୍ପାଦକ ଅଜିତ ଯୋଷୀ, ରାଜ୍ୟ ବିଜୁ ମହିଳା ଜନତା ଦଳ ଉପସଭାନେତ୍ରୀ ଗୋପା ମହାନନ୍ଦ, ଜିଲ୍ଲା ଉପସଭାପତି ଉମାକାନ୍ତ ସାହୁ, ସାଧାରଣ ସମ୍ପାଦକ ଫିରୋଜ ଖାଁ, ରାଜେନ୍ଦ୍ର ବେହେରା, ଜିଲ୍ଲା ଯୁବ ବିଜେଡି ସମ୍ପାଦକ ସୁଧାଂଶୁ ସିଂଦେଓ, ଶାନ୍ତନୁ ବିଭାର, ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନ, ଉପାଧ୍ୟକ୍ଷ ସୁନ୍ଦରମତି ବାଗ, ରୂପେଶ ବେହେରା, ତୁରେକେଲା ବ୍ଲକ ସଭାପତି ଆଶାଦୁଲ୍ଲା ଖାଁ, ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ମୁନ୍ନା ମହାନ୍ତି, କଣ୍ଟାବାଞ୍ଜି ନଗର ସଭାପତି ବିଷ୍ଣୁ ଜୁଏଡ, କାର୍ଯ୍ୟକାରୀ ସଭାପତି ବିଶାଲ ବେହେରା, ତୁରେକେଲା ବ୍ଲକ ଯୁବ ବିଜେଡି ସଭାପତି ଶଶିଧ୍ବଜ ନିଆଁଲ, କାର୍ଯ୍ୟକାରୀ ସଭାପତି ଗୁଡ୍ଡୁ ପନିକା, ବଙ୍ଗୋମୁଣ୍ଡା ବ୍ଲକ ସଭାପତି ଭକ୍ତବନ୍ଧୁ ବେହେରା, ମୁରିବାହାଲ ବ୍ଲକ ଛାତ୍ର ସଭାପତି ସୁବ୍ରତ ମହାକୁଡ, ନିତ୍ୟାନନ୍ଦ ବାରିକ, ଦେବାର ବାରିକ, ସତ୍ୟନାରାୟଣ ରାଏ, ସୁରେଶ ଦାସ, ପୂର୍ବତନ ଏନଏସି ଉପାଧ୍ୟକ୍ଷ କିଶୋର ମଜଖଣ୍ଡ, ପୂର୍ବତନ ବଙ୍ଗୋମୁଣ୍ଡା ବ୍ଲକ ସଭାପତି ପ୍ରେମିସଚନ୍ଦ୍ର ବାଗଙ୍କ, ମନୋଜ ଚଣ୍ଡି, ଗୁଡ୍ଡା ଖାଁ, ନାରିନେତ୍ରୀ ପିଙ୍କି ଖର୍ସେଲ, ପ୍ରଦୀପ ସାହୁ ଏବଂ ଅନ୍ୟ ପଦାଧିକାରୀଙ୍କ ସହ ପୁରୁଷ-ମହିଳା କର୍ମୀ ଧାରଣାରେ ସାମିଲ ହୋଇଥିଲେ । ସବୁ ସମୟରେ କେନ୍ଦ୍ର ସରକାର ଚାଷୀ ମାରଣା ନୀତି ଚଲାଉଥିବା ଅଭିଯୋଗ କରି ବିଜେଡି ନେତାମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ବିଜେଡିର ଏକ ପ୍ରତିନିଧି ଦଳ ତହସିଲଦାରଙ୍କ ଜରିଆରେ ଏବଂ ଅନ୍ୟ ଏକ ପ୍ରତିନିଧି ଦଳ ଏଫସିଆଇ ଦାୟିତ୍ବରେ ଥିବା କର୍ମଚାରୀଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.