ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକରେ ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ ପାଳିତ

Published By : Prameya-News7 Bureau | December 26, 2020 IST

ଭଦ୍ରକ ୨୬।୧୨:  ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି  । ଜିଲ୍ଲା ବିଜେଡ଼ି କାର୍ଯ୍ୟାଳୟରେ ପ୍ରତିଷ୍ଠା ଦିବସରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ସେହିପରି ଧାମନଗର ନିର୍ବାଚନମଣ୍ଡଳୀର ଧୂସୁରିଠାରେ ବ୍ଲକ୍ ବିଜେଡ଼ି ତରଫରୁ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । କୋଠାର ଛକ ନିକଟରୁ ଏକ ଶୋଭାଯାତ୍ରାରେ କର୍ମୀମାନେ ଅତିଥିଙ୍କୁ ସ୍ବାଗତ କରିଥିଲେ । ଏହି ପ୍ରତିଷ୍ଠା ଦିବସ ଉତ୍ସବରେ ଯୋଜନା ବୋର୍ଡ ଅଧକ୍ଷ ଡକ୍ଟର ବ୍ୟୋମକେଶ ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଧାମନଗର ବ୍ଲକ୍ ଅଧକ୍ଷ ଅଶୋକ ନାୟକ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ସଭାରେ ବିଜେଡ଼ିର ବହୁ କର୍ମୀ ଯୋଗ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.