Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

କେନ୍ଦ୍ରାପଡା ଓ ବାରିପଦା ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଚୂଡାନ୍ତ, ଯେକୌଣସି ମୂହୁର୍ତ୍ତରେ ହୋଇପାରେ ଘୋଷଣା

6/04/2019 at 10:02 AM

ଭୁବନେଶ୍ବର ୬|୪ : ୧୪୫ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିବା ବିଜେଡି ଅଟକିଛି କେନ୍ଦ୍ରାପଡା ଓ ବାରିପଦା ଆସନରେ । ଏଠାରେ ଦଳ ନିଷ୍ପତ୍ତି କରିପାରୁନାହିଁ କାହାକୁ କରିବ ପ୍ରାର୍ଥୀ । ଉଭୟ କେନ୍ଦ୍ରାପଡା ଓ ବାରିପଦା ଆସନ ୪ର୍ଥ ପର୍ଯ୍ୟାୟ ନିର୍ବାଚନର ଅନ୍ତର୍ଭୁକ୍ତ । ଏଠାରେ ପ୍ରାର୍ଥୀପତ୍ର ଦାଖଲ ପାଇଁ ୯ତାରିଖ ଶେଷ ଦିନ । ତେଣୁ ହାତରେ ଆହୁରି ଦୁଇ ଦିନ ସମୟ ରହିଥିବାରୁ ବିଜେଡି ଉଭୟ ଆସନ ପାଇଁ ସତର୍କତାର ସହ ହିସାବନିକାସ କରୁଛି । ଆଜି ମୁଖ୍ୟମନ୍ତ୍ରୀଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ ସରିବା ପରେ ଏ ଦୁଇ ଆସନ ପାଇଁ ପ୍ରାର୍ଥୀ ଚୟନରେ ମୁଖ୍ୟମନ୍ତ୍ରୀ ମୋହର ମାରିବେ । ଦଳର ଭିତିରିଆ ସୂତ୍ରରୁ ଜଣାପଡିଛି କେନ୍ଦ୍ରାପଡା ପାଇଁ ଦଳ ଜଣେ ଯୁବ ପ୍ରାର୍ଥୀଙ୍କ କଥା ବିଚାର କରୁଥିବାବେଳେ ବାରିପଦାରେ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିବା ଲାଗି ଦଳ ଚିନ୍ତା କରୁଛି । ଦୁଇ ଆସନ ମଧ୍ୟରୁ କେନ୍ଦ୍ରାପଡା ଅତ୍ୟନ୍ତ ସ୍ପର୍ଶକାତର ତେଣୁ ବୁଝିବିଚାରି ପ୍ରାର୍ଥୀ ନଦେଲେ ବଳିଷ୍ଠ ଶତ୍ରୁ ବିଜେପିର ଲୋକସଭା ପ୍ରାର୍ଥୀ ବୈଜୟନ୍ତ ଲାଭବାନ ହୋଇପାରନ୍ତି ।

ପ୍ରାର୍ଥୀ ଘୋଷଣା ବିଳମ୍ବ ଯୋଗୁଁ ବିଜେଡିକୁ ଏ ଦୁଇ ଆସନରେ ମୂଲ୍ୟ ଦେବାକୁ ପଡିପାରେ ବୋଲି ରାଜନୈତିକ ସମୀକ୍ଷକମାନେ ଆକଳନ କରୁଛନ୍ତି । ତଥାପି ବିଜେଡିର ପ୍ରାର୍ଥୀ ଚୟନକର୍ତ୍ତାମାନେ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ଯେ, କେନ୍ଦ୍ରାପଡାରେ ବିଜେପି ପ୍ରାର୍ଥୀ ଘୋଷଣା କଲା ପରେ ଯାଇ ପ୍ରାର୍ଥୀ ଘୋଷଣା କରିବା ଲାଭଦାୟକ ହେବ । ଅନ୍ୟଥା ବିଜେଡିରୁ ଆଶାୟୀ ଥିବା ୧୦ରୁ ଅଧିକ ପ୍ରାର୍ଥୀ ଅସନ୍ତୁଷ୍ଟ ହୋଇ ବିଜେପିରେ ଯୋଗଦେଇପାରନ୍ତି କିମ୍ବା ବିଦ୍ରୋହୀ ଭୂମିକାରେ ଅବତୀର୍ଣ୍ଣ ହୋଇପାରନ୍ତି ।

କେନ୍ଦ୍ରାପଡା ଆସନ ପାଇଁ ବିଜେଡିରେ ଆଶାୟୀଙ୍କର ଏକ ଲମ୍ବା ଧାଡି ନବୀନ ନିବାସ ଯାଏଁ ଲମ୍ବିଥିଲା। ସେହି ତାଲିକାରେ ଥିଲେ ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ୍, ବିଧାୟକ କିଶୋର ଚନ୍ଦ୍ର ତରାଇ, ରାଜେଶ ଦାସ, ମୂରଲୀଧର ସେଠୀ, ଦୁଷ୍ମନ୍ତ ମଲ୍ଲିକ, ଅକ୍ଷୟ ତରାଇ, ମାନସ ମଲିକ୍ ଓ ଆହୁରି ଅନେକ।

ତେବେ ସମୟ କ୍ରମେ ଏମାନଙ୍କ ନାମ ତାଲିକାରୁ ବାଦ୍ ପଡିଥିବା ବଳେ ଏବେ କିଶୋର ତରାଇ ଅଥବା କିଶୋରଙ୍କ ସ୍ତ୍ରୀ ବବିତା ତରାଇ, ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ ଓ ଯୁବନେତା ରାଜେଶ ଦାସଙ୍କ ନାମ ଚର୍ଚ୍ଚାରେ ରହିଛି। କିଶୋର ନିଜ ସ୍ତ୍ରୀଙ୍କ ପାଇଁ ଟିକେଟ୍ ହାତେଇବା ଆଶାରେ ନବୀନ ନିବାସ ଆଗରେ ସମର୍ଥକଙ୍କ ଭିଡ ଜମେଇ ସାରିଥିବାବଳେ ସିପ୍ରା ଏବଂ ରାଜେଶ ନିଜନିଜ ସ୍ତରରେ ଟିକେଟ୍ ପାଇବା ପାଇଁ ଉଦ୍ୟମ ଜାର ରଖିଛନ୍ତି।   

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ବିଧାୟକ କିଶୋର ତରାଇ ଓ ବାରିପଦା ବିଧାୟକ ସାନନ୍ଦ ମାରାଣ୍ଡି ଟିକେଟ୍ ପାଉନଥିବା ଆଶଙ୍କା କରି ନିଜ ନିଜର ବିକଳ୍ପ ରାଜନୈତିକ ପଦକ୍ଷେପ ସଂପର୍କରେ ଯୋଜନା ପ୍ରସ୍ତୁତ କରିସାରିଲେଣି କେବଳ ଦଳର ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା କରିଛନ୍ତି । ଉଭୟ କିଶୋର ତରାଇ ଓ ସାନନ୍ଦ ମାରାଣ୍ଡିଙ୍କର ନିଜ ନିଜ ନିର୍ବାଚନମଣ୍ଡଳୀରେ ଜାତିଗତ ପକେଟ୍ ଭୋଟ୍ ରହିଛି । ପ୍ରାର୍ଥୀ ଚୟନ ବେଳେ ବିଜେଡି ଜାରି ଭୋଟ୍ ଫ୍ୟାକ୍ଟରକୁ ମଧ୍ୟ ନଜରରେ ରଖିଛି ।

   Related Posts