ବିଜେଡିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ, ବିଧାୟକ, ସାଂସଦଙ୍କଠୁ ନେଇ କର୍ମୀ ସମସ୍ତେ ନେଲେ ଏହି ଶପଥ
9/12/2020 at 5:49 PM

ଭଦ୍ରକ ୦୯।୧୨: ଭଦ୍ରକ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି । ନଳାଙ୍ଗ ଠାରେ ଅନୁଷ୍ଠିତ ହୋଇଯାଇଛି ଏହି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ । ବୈଠକରେ ମୁଖ୍ୟ ଅତିଥିଭାବେ ରାଜ୍ୟ ବିଜେଡି ଛାତ୍ର ଯୁବ ସଭାପତି ବ୍ୟାମୋକେଶ ରାୟଙ୍କ ସମେତ ଭଦ୍ରକ ବିଧାୟକ, ସାଂସଦ, ବିଜେଡି ଜିଲ୍ଲା ସଭାପତି, ଜିଲ୍ଲା ଯୁବ ଛାତ୍ର ସଭାପତି ମାନେ ଉପସ୍ଥିତ ରହିଥିଲେ । ଜିଲ୍ଲାରେ ସମସ୍ତ ଛାତ୍ର ନେତା ମାନେ ଯୋଗ ଦେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଏହି ବୈଠକରେ ବିଜେଡି ଦଳକୁ ତଳ ସ୍ତରରୁ କିପରି ଉପରକୁ ନିଆଯିବା ତାକୁ ନେଇ ଆଲୋଚନା କରାଯାଇଥିଲା । ତେବେ ଆଗାମୀ ଦିନରେ ଆହୁରି ସଂଗଠିତ ହୋଇ କାର୍ଯ୍ୟ କରିବା ସହ ଜନ ସେବାରେ ନିୟୋଜିତ ହେବାକୁ ଶପଥ ନେଇଥିଲେ ।
Related Posts
ଆସିକା ପୋଲିସକୁ ବଡ ସଫଳତା, ୨୪ ଚୋରା ମୋଟର ସାଇକେଲ୍ ଜବତ, ୯ ଗିରଫ
16 January 2021