ଆଦିବାସୀ ମେଧାବୀ ଛାତ୍ରୀଙ୍କ ସ୍ୱପ୍ନ ପୂରଣ ପାଇଁ ସହାୟତାର ହାତ ବଢ଼ାଇଲେ ଯୁବ ବିଜେଡି ନେତା

Published By : Prameya-News7 Bureau | June 27, 2021 IST

ନୀଳଗିରି, ୨୭/୬: କୋଭିଡ  ମହାମାରୀ ସମୟରେ ଆର୍ଥିକ ଅନାଟନରେ ଗତିକରି ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ସହାୟତା ପ୍ରଦାନ କରିବାକୁ ଅଣ୍ଟା ଭିଡ଼ିଛି ଯୁବ ବିଜେଡି । ଜଣେ ଆଦିବାସୀ ଛାତ୍ରୀଙ୍କ ସ୍ୱପ୍ନ ପୂରଣ ପାଇଁ ସମସ୍ତ ପାଠ ପଢ଼ାଖର୍ଚ୍ଚ ଭାର ନେବା ପରେ ଏହି ଘଟଣାକୁ ନେଇ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।

ସୂଚନାଯୋଗ୍ୟ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଆର୍ଥିକ ଅନାଟନ ଭିତରେ ଗତି କରୁଥିବା ୯୦ %ରୁ ଅଧିକ ନମ୍ବର ରଖିଥିବା ମଧ୍ୟବିତ୍ତ ଓ ଗରିବ ପରିବାରର ଛାତ୍ରଛାତ୍ରୀମାନଙ୍କୁ ସହାୟତା ପ୍ରଦାନ କରିବାକୁ ବାହାରିଛନ୍ତି ଜିଲ୍ଲା ଯୁବ ବିଜେଡି ସଭାପତି ତାପସ କୁମାର ପରିଡା ।  ଆଦିବାସୀ ବହୁଳ ଅଂଚଳ ନୀଳଗିରି ବ୍ଲକର ଗରିଡିହି ପଂଚାୟତ କୁଞ୍ଚିବଣିଆ ଗାଁରେ ପିତା ଗୋବିନ୍ଦ ସିଂ ଓ ମାତା ସୁକାନ୍ତିଙ୍କ ମେଧାବୀ କନ୍ୟା ଉର୍ମିଳା ଚଳିତ ବର୍ଷ ମେଟ୍ରିକ ପରୀକ୍ଷାରେ ୯୨℅ ପ୍ରତିଶତ ବା ୫୫୧ ମାର୍କ ରଖିଛନ୍ତି । ପିତାମାତାଙ୍କ ସ୍ୱପ୍ନ ଥିଲା ଝିଅ ଡାକ୍ତର ପାଠ ପଢି ଆଦିବାସୀ ବହୁଳ ଅଂଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇବ । ଏଥିପାଇଁ ତାଙ୍କର +୨ ବିଜ୍ଞାନ ଅଧ୍ୟୟନ କରିବା ଜରୁରୀ ।

ଆର୍ଥିକ ସମସ୍ୟା ଦେଇ ଗତିକରୁଥିବା ଏହି ପରିବାର ପାଠ ପଢ଼ାନେଇ ଚିନ୍ତିତ ଥିବାବେଳେ ଏହି ସମୟରେ ସହାୟତା ପାଇଁ ପହଁଚିଛନ୍ତି ଜିଲ୍ଲା ବିଜେଡି ଯୁବ ସଭାପତି ତାପସ କୁମାର ପରିଡା । ତାଙ୍କ ସହଯୋଗୀଙ୍କ ସହ ପରିବାର ପାଖରେ ପହଞ୍ଚି +୨ ର ସମସ୍ତ ପାଠପଢା ଦାୟିତ୍ବ ନେଇଛନ୍ତି। ଅଧ୍ୟୟନ ପାଇଁ ସମସ୍ତ ପୁସ୍ତିକା ଓ ନାମଲେଖା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ଉତ୍ତରୀୟ ପୂର୍ବକ ସମ୍ବର୍ଦ୍ଧିତ କରିଛନ୍ତି। ଅନୁଦାନ, ଛାତ୍ରୀ  ଉର୍ମିଳା ସିଂ କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥଲେ। ଉର୍ମିଳାଙ୍କର  ଡାକ୍ତର ହେବା ସ୍ୱପ୍ନ ନିଶ୍ଚୟ ପୂରଣ ହେବ କହି ସେ ତାଙ୍କର ଉତ୍ତରତ୍ତର କାମନା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.