Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

LPG ଦର କମାଇବାକୁ ବିଜେଡିର ଦାବି, ୧୦ଦିନ ଦେଲା ମହଲତ

4/11/2021 at 2:40 PM

ଭୁବନେଶ୍ବର ୧୧: ଦୀର୍ଘ ଦିନ ବ୍ୟବଧାନ ପରେ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି ।  ବିଜେଡି ଆନ୍ଦୋଳନ ତୀବ୍ର ହେବାରୁ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।  ଦର ହ୍ରାସର ୩୩ ପ୍ରତିଶତ ଓଡ଼ିଶା ସରକାର ବହନ କରୁଛନ୍ତି । ୩.୩୦ ପେଟ୍ରୋଲ ଏବଂ ୧.୬୫ ଡିଜେଲ ରାଜ୍ୟ ଭାଗ ରହିଛି । ଓଡ଼ିଶା ସରକାରଙ୍କ ପଦକ୍ଷେପ ସ୍ବାଗତଯୋଗ୍ୟ ବୋଲି ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ କହିଛନ୍ତି ।

ଏହା ବାଦ ଭ୍ୟାଟ୍ ହ୍ରାସ ହୋଇଛି । ଗରିବଙ୍କ ପାଇଁ ଦୀପାବଳିରେ ଖୁସି ଖବର ରହିଛି । ପେଟ୍ରୋଲ ୬.୩୦ ଏବଂ ଡିଜେଲ ୪.୬୫ ଓଡ଼ିଶା ସରକାର କମାଇଛନ୍ତି । ଏଥିଯୋଗୁଁ ରାଜ୍ୟର ୨ ହଜାର କୋଟି କ୍ଷତି ହେବ । ସାରା ଦେଶରେ ଓଡିଶାରେ ସବୁଠାରୁ କମ୍ ଦର ରହିଛି । ଦୁର୍ଭାଗ୍ୟଜନକ, ଯେଉଁ ସେସ୍ ଆଦାୟ କେନ୍ଦ୍ର କରୁଛି, ତାହା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ଭାଗ ହେବା କଥା । ଏହା ସଂଘୀୟ ବ୍ୟବସ୍ଥା ବିରୋଧୀ ।

କେନ୍ଦ୍ର ସରକାର ଏଲପିଜି ଦର ଉପରୁ ଉତ୍ପାତ ଶୁଳ୍କ ଓ ଅନ୍ୟ ଟ୍ୟାକ୍ସ ହ୍ରାସ କରନ୍ତୁ । ଶୁକ୍ରବାରଠୁ ଯୁବ ଓ ଛାତ୍ର ଆନ୍ଦୋଳନ ୧୦ ଦିନ ପାଇଁ ସ୍ଥଗିତ ରହିଲା । ଆଶା କରୁଛୁ ଏହି ୧୦ ଦିନ ଭିତରେ ଏଲପିଜି ଦର କମାଇବେ କେନ୍ଦ୍ର ସରକାର । ଯଦି କର୍ଣ୍ଣପାତ ନ କଲେ ଏଲପିଜି ଉପରେ ଆନ୍ଦୋଳନ ଆହୁରି ତୀବ୍ରତର ହେବ। ପଞ୍ଚାୟତ ଯାଏଁ ଚାଲି କେନ୍ଦ୍ର ସରକାରଙ୍କୁ ଦୃଢ଼ ଜବାବ ଦିଆଯିବ ବୋଲି ବ୍ୟୋମକେଶ କହିଛନ୍ତି ।

   Related Posts