ଶେଷରେ ଶଶୀଭୂଷଣ ବେହେରା ହେଲେ ବିଜେଡ଼ିର କେନ୍ଦ୍ରାପଡ଼ା ପ୍ରାର୍ଥୀ

Published By : Prameya-News7 Bureau | April 08, 2019 IST

wp:core-embed/youtube {"url":"https://www.youtube.com/watch?v=9B5VwMkTnpA\u0026feature=youtu.be","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=9B5VwMkTnpA&feature=youtu.be
/wp:core-embed/youtube

ଭୁବନେଶ୍ୱର ୮/୪ : ଶେଷରେ ବିଜେଡି ଆଜି କେନ୍ଦ୍ରାପଡ଼ା ଆସନ ପାଇଁ ପାର୍ଥୀ ଘୋଷଣା କରିଛି । ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କୁ ବିଜେଡି କେନ୍ଦ୍ରାପଡ଼ାରେ ପ୍ରାର୍ଥୀ କରିଛି । ଫଳରେ କେନ୍ଦ୍ରାପଡ଼ା ଆସନକୁ ନେଇ ଲାଗି ରହିଥିବା ସସ୍‌ପେନ୍ସର ଅବସାନ ଘଟିଛି । ଆସନ୍ତାକାଲି କେନ୍ଦ୍ରାପଡ଼ା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ତାରିଖ ହେଉଥିବାରୁ । ଆସନ୍ତାକାଲି ଶଶୀଭୂଷଣ ବେହେରା ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିବେ । ଶଶୀଭୂଷଣଙ୍କୁ ଗତ କିଛିଦିନ ଧରି ବିଜେଡ଼ି କେନ୍ଦ୍ରାପଡ଼ାରୁ ପ୍ରାର୍ଥୀ ହେବା ପାଇଁ କହି ଆସୁଥିଲା । କିନ୍ତୁ ନିଜ ଅଞ୍ଚଳ ଛାଡ଼ି କେନ୍ଦ୍ରାପଡ଼ାରୁ ପ୍ରାର୍ଥୀ ହବାପାଇଁ ଶଶୀଭୂଷଣ ଅମଙ୍ଗ ହେଉଥିଲେ । ଶେଷରେ ଆଜି ଅପରାହ୍ନରେ ତାଙ୍କୁ ମନେଇବାରେ ବିଜେଡି ସକ୍ଷମ ହୋଇଛି । ଶଶୀଭୂଷଣ ଏବେ ଜୟଦେବ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଅଛନ୍ତି । ଏଥର ମଧ୍ୟ ସେ ଜୟଦେବ ଆସନରୁ ନିର୍ବାଚନ ଲଢିବାପାଇଁ ଆଶାୟୀ ଥିଲେ । କିନ୍ତୁ ଦଳ ତାଙ୍କୁ ଜୟଦେବ ଆସନରୁ ପ୍ରାର୍ଥୀ କରିନଥିଲା । ସେଠାରେ ପୂର୍ବତନ ବିଧାୟକ ଅରବିନ୍ଦ ଢାଲିଙ୍କୁ ପ୍ରାର୍ଥୀ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.