Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ ଖସୁନି କରୋନା ଗ୍ରାଫ୍, ଆଉ ୬ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ସରିଲା ହାସ୍ୟ ଅଭିନେତା ପ୍ରଜ୍ଞାଙ୍କ ନିର୍ବନ୍ଧ, ସୋସିଆଲ ମିଡିଆରେ ରିଙ୍ଗ୍ ସେରିମନି ଫଟୋ ଭାଇରାଲ
  • ||
  • ଗାଡି ପାର୍ଟସ ଦୋକାନରୁ ଲୁଟ୍, ବନ୍ଧୁକ ଦେଖାଇ ନେଇଗଲେ ଟଙ୍କା
  • ||
  • ଅଜଗରକୁ ଗିଳିଲା ଅହିରାଜ, ସାତକୋଶିଆରେ ବିରଳ ଘଟଣା !
  • ||
  • ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଆରୋହୀ ମୃତ
  • ||
  • ଜାନୁଆରୀ ୨୦ରୁ ହଜିଯିବ ଶୀତ, ୨୩ରୁ ବର୍ଷା !
  • ||

କେନ୍ଦୁଝରରୁ ଚନ୍ଦ୍ରାଣୀ ଓ ଢେଙ୍କାନାଳରୁ ମହେଶଙ୍କୁ ପ୍ରାର୍ଥୀ କରିବା ସହ ବିଜେଡିର ସମସ୍ତ ଲୋକସଭା ଆସନ ପାଇଁ ସରିଲା ପ୍ରାର୍ଥୀ ଘୋଷଣା, ଜାଣନ୍ତୁ କିଏ କେଉଁଠୁ…

2/04/2019 at 6:05 PM

ଭୁବନେଶ୍ବର ୨|୪ : ବିଜେଡି ଆଜି ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବାପରେ ବିଜେଡିର ୨୧ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ସମାପ୍ତ ହୋଇଛି । କେନ୍ଦୁଝରରୁ ଚନ୍ଦ୍ରାଣୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ଢେଙ୍କାନାଳରୁ ମହେଶ ସାହୁଙ୍କୁ ପ୍ରାର୍ଥୀ କରାଯାଇଛି ।

ଚନ୍ଦ୍ରାଣୀ ମୁର୍ମୁ ଗତକାଲି ବିଜେଡିରେ ଯୋଗଦେଇଥିଲେ ।ଚନ୍ଦ୍ରାଣୀ ମୁର୍ମୁ ହେଉଛନ୍ତି କେନ୍ଦୁଝରର ପୂର୍ବତନ କଂଗ୍ରେସ ସାଂସଦ ହରିହର ସୋରେନଙ୍କ ନାତୁଣୀ । ତେବେ ଚନ୍ଦ୍ରାଣୀ ରାଜନୀତିରେ ସମ୍ପୂର୍ଣ୍ଣ ନୂଆ । ଚନ୍ଦ୍ରାଣୀଙ୍କୁ ପ୍ରାର୍ଥୀ କରିବା ଫଳରେ କେନ୍ଦୁଝର ସାଂସଦ ଶକୁନ୍ତଳା ଲାଗୁରୀଙ୍କ ଟିକେଟ କଟିଛି । ଟିକେଟ ନମିଳିବା ଆଶଂକା ଯୋଗୁଁ ଶକୁନ୍ତଳା ବିଜେଡି ଛାଡିବେ ବୋଲି ମଧ୍ୟ ଆଲୋଚନା ହେଉଥିଲା ।

ସେହିଭଳି ଢେଂକାନାଳ ସାଂସଦ ତଥାଗତ ଶତପଥୀ ଏଥର ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିବା ପରେ ଢେଂକାନାଳରୁ ଦଳ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଚିନ୍ତାରେ ପଡିଥିଲା । ତେବେ ପାଲଲହଡା ବିଧାୟକ ମହେଶ ସାହୁଙ୍କୁ ଢେଙ୍କାନାଳ ପ୍ରାର୍ଥୀ କରି ଲୋକସଭା ପ୍ରାର୍ଥୀ ତାଲିକାରେ ମୁଣ୍ଡି ମାରିଛି । ବିଜେପି ଢେଙ୍କାନାଳ ଲୋକସଭା ପାଇଁ ରୁଦ୍ର ନାରାୟଣ ପାଣିଙ୍କୁ ପ୍ରାର୍ଥୀ କରିଛି ।

ବିଜେଡିର ୨୧ଜଣ ଲୋକସଭା ପ୍ରାର୍ଥୀ ହେଲେ- ବ୍ରହ୍ମପୁରରୁ ଚନ୍ଦ୍ରଶେଖର ସାହୁ, ନବରଙ୍ଗପୁରରୁ ରମେଶ ମାଝୀ, କୋରାପୁଟରୁ କୌଶଲ୍ୟା ହିକକା,କଳାହାଣ୍ଡିରୁ ପୁଷ୍ପନ୍ଦ୍ର ସିଂ ଦେଓ, କନ୍ଧମାଳରୁ ଅଚ୍ୟୁତ ସାମନ୍ତ, ଆସିକାର ପ୍ରମିଳା ବିଶୋଇ, ବଲାଙ୍ଗୀରରୁ କଳିକେଶ ନାରାୟଣ ସିଂ ଦେଓ, ବରଗଡରୁ ପ୍ରସନ୍ନ ଆଚାର୍ଯ୍ୟ, ସୁନ୍ଦରଗଡରୁ ସୁନୀତା ବିଶ୍ବାଳ, କେନ୍ଦ୍ରାପଡାରୁ ଅନୁଭବ ମହାନ୍ତି, ଭୁବନେଶ୍ବରରୁ ଅରୂପ ପଟ୍ଟନାୟକ, କଟକରୁ ଭର୍ତ୍ତୃହରି ମହତାବ, ପୁରୀରୁ ପିନାକୀ ମିଶ୍ର, ବାଲେଶ୍ବରରୁ ରବୀନ୍ଦ୍ର ଜେନା, ଭଦ୍ରକରୁ ମଞ୍ଜୁଲତା ମଣ୍ଡଳ, ମୟୂରଭଂଜରୁ ଦେବାଶିଷ ମାରାଣ୍ଡ, ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକ, ସମ୍ବଲପୁରରୁ ନଳିନୀକାନ୍ତ ପ୍ରଧାନ, ଯାଜପୁର ସସ୍ମିତା ସେଠୀ, କେନ୍ଦୁଝରରୁ ଚନ୍ଦ୍ରାଣୀ ମୁର୍ମୁ, ଢେଂକାନାଳ ମହେଶ ସାହୁ ପ୍ରର୍ଥୀ ହୋଇଛନ୍ତି ।  

   Related Posts