୧୮ଟି ବିଧାନସଭା ଆସନ ପାଇଁ ବିଜେଡି ଘୋଷଣା କଲା ପ୍ରାର୍ଥୀ ତାଲିକା, ପାରାଦୀପରୁ ଦାମଙ୍କ ପୁଅ
29/03/2019 at 5:24 PM
ଭୁବନେଶ୍ବର ୨୯|୩ : ବିଜେଡି ଆଜି ୧୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ୧୮ଆସନ ମଧ୍ୟରୁ ଅଧିକାଂଶ ସ୍ଥାନରେ ପୁରୁଣା ନେତାଙ୍କୁ ପ୍ରାର୍ଥୀ କରାଯାଇଛି । ଟିକେଟ୍ କାଟିବା ଦ୍ବାରା ଦଳ ଭିତରେ ଅସନ୍ତୋଷ ସୃଷ୍ଟି ହୋଇଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବିଜେପି ନେତା ଡାକ୍ତର ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତଙ୍କୁ ପାରାଦୀପରୁ ଟିକେଟ୍ ମିଳିଛି ।
ଜାଣନ୍ତୁ କେଉଁଠି ପ୍ରାର୍ଥୀ ହେଲେ କିଏ :
ଭଦ୍ରକ- ସଞ୍ଜୀବ ମଲ୍ଲିକ
ସୋର- ପର୍ଶୁରାମ ଧଡା
ଯଶୀପୁର- ଗୋଲକବିହାରୀ ନାୟକ
ତିର୍ତ୍ତୋଲ- ବିଷ୍ଣୁ ଦାସ
ପାରାଦୀପ- ସମ୍ବିତ ରାଉତ
ରାଜନଗର- ଧ୍ରୁବ ସାହୁ
ବଡଚଣା- ଅମର ଶଥପଥୀ
ବାରବାଟୀ କଟକ- ଦେବାଶିଷ ସାମନ୍ତରାୟ
ଜଟଣୀ- ବିଭୂତି ବଳବନ୍ତରାୟ
ବାଙ୍ଗିରିପୋଶୀ- ସୁଦାମ ମାରାଣ୍ଡି
କଟକ ସଦର- ଚନ୍ଦ୍ରସାରଥୀ ବେହେରା
ବାଲେଶ୍ବର- ଜୀବନ ପ୍ରଦୀପ ଦାସ
ରେଙ୍ଗାଲୀ- ରିନା ତରାଇ
ବଡସାହି- ବୃନ୍ଦାବନ ଦାସ
ଜଳେଶ୍ବର- ଅଶ୍ବିନୀ ପାତ୍ର
ପୁରୀ -ମହେଶ୍ବର ମହାନ୍ତି
ସାରସକଣା- ଅମର ସିଂ ଟୁଡୁ
ଉଦଳା- ଶ୍ରୀନାଥ ସୋରେନ୍
