Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ବାରିପଦା ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡ଼ି , ତଥାପି ଝୁଲିଛି କେନ୍ଦ୍ରାପଡ଼ା

7/04/2019 at 9:23 AM

ଭୁବନେଶ୍ବର ୭/୪: ଘୋଷଣା ହୋଇନଥିବା ୨ଟି ବିଧାନସଭା ଆସନ ମଧ୍ୟରୁ ବିଜେଡ଼ି ଆଜି ଗୋଟିଏ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବାରିପଦା ବିଧାନସଭା ଆସନ ପାଇଁ ଦଳ ସରୋଜିନୀ ହେମ୍ବ୍ରମଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ସରୋଜିନୀ ହେମ୍ବ୍ରମ୍ ଦଳର ରାଜ୍ୟସଭା ସାଂସଦ ଥିଲେ। ୨୦୦୯ରୁ ୨୦୧୪ମସିହା ପର୍ଯ୍ୟନ୍ତ ସେ ବାଙ୍ଗିରୀପୋଷିରୁ ବିଧାୟିକା ଥିଲେ। ସେ ୨୦୧୨ମସିହାରେ ହସ୍ତତନ୍ତ ଓ ବୟନ ମନ୍ତ୍ରୀ ମଧ୍ୟ ଥିଲେ। ମୟୁରଭଞ୍ଜର ବିଧାୟକ ସାନନ୍ଦ ମାରାଣ୍ଡିଙ୍କୁ ଟିକଟ ନଦେଇ ସରୋଜିନୀଙ୍କୁ ପ୍ରାର୍ଥୀ କରାଯିବା ଫଳରେ ସାନନ୍ଦ ଅସନ୍ତୁଷ୍ଟ ହୋଇଥିବା ଜଣାପଡ଼ିଛି।

ସରୋଜିନୀ ହେମ୍ବ୍ରମଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ବିଜେଡ଼ି ୬ଜଣ ରାଜ୍ୟସଭା ସାଂସଦଙ୍କୁ ଚଳିତ ନିର୍ବାଚନରେ ମଇଦାନକୁ ଉତାରିଛି। ଏହି ୬ଜଣଙ୍କ ମଧ୍ୟରୁ ୩ଜଣ ଲୋକସଭା ପାଇଁ ନିର୍ବାଚନ ଲଢ଼ୁଥିବାବେଳେ ୩ଜଣ ବିଧାନସଭା ପାଇଁ ନିର୍ବାଚନ ଲଢ଼ୁଛନ୍ତି। ରାଜ୍ୟସଭା ଛାଡ଼ି ନିର୍ବାଚନୀ ମଇଦାନକୁ ଓଡ୍ଲାଇଥିବା ନେତାମା‌ନେ ହେଲେ ପ୍ରସନ୍ନ ଆଚାର୍ଯ୍ୟ,ଅଚ୍ୟୁତ ସାମନ୍ତ,ସୈାମ୍ୟ ରଞ୍ଜନ ପଟ୍ଟନାୟକ,ପ୍ରତାପ କେଶରୀ ଦେବ,ଅନୁଭବ ମହାନ୍ତି,ସରୋଜିନୀ ହେମ୍ବ୍ରମ୍। ଏମାନଙ୍କ ମଧ୍ୟରୁ ପ୍ରସନ୍ନ ଆଚାର୍ଯ୍ୟ ବରଗଡ଼ ଲୋକସଭା ଆସନ ପାଇଁ ନିର୍ବାଚନ ଲଢ଼ୁଥିବାବେଳେ ଅଚ୍ୟୁତ ସାମନ୍ତ ଫୁଲବାଣୀ ଲୋକସଭା ଆସନ ଓ ଅନୁଭବ ମହାନ୍ତି କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି। ସେହିଭଳି ପ୍ରତାପ ଦେବ ଆଳି ବିଧାନସଭା ଆସନରୁ ,ସୈାମ୍ୟ ରଞ୍ଜନ ଖଣ୍ଡପଡ଼ା ବିଧାନସଭା ଆସନରୁ ନିର୍ବାଚନ ଲଢ଼ୁଛନ୍ତି।

ବିଜେଡ଼ି ବର୍ତ୍ତମାନ ସୁଦ୍ଧା ୨୧ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବାବେଳେ ଆଜି ଘୋଷଣା କରିଥିବା ବାରିପଦା ବିଧାନସଭା ଆସନ ସମେତ ସମୁଦାୟ ୧୪୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି। ତେବେ ଏବେ ମଧ୍ୟ କେନ୍ଦ୍ରାପଡ଼ା ବିଧାନସଭା ଆସନ ପାଇଁ ସସପେନ୍ସ ଲାଗି ରହିଛି। ବିଜେପି ମଧ୍ୟ କେନ୍ଦ୍ରାପଡ଼ା ଆସନ ପ୍ରାର୍ଥୀ ଗତକାଲି ପର୍ଯ୍ୟନ୍ତ ଘୋଷଣା କରିନଥିଲା। ଗତକାଲି ବିଜେପି କେନ୍ଦାପଡ଼ା ଆସନରୁ ସୁନାକର ବେହେରାଙ୍କୁ ପ୍ରାର୍ଥୀ କରିଥିବା ଘୋଷଣା କରିଛି।

   Related Posts