ବିଜେଡ଼ି ଘୋଷଣା କଲା ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକା
23/03/2019 at 9:25 PM

ଭୁବନେଶ୍ଵର ୨୩/୩-୨୦୧୯ ସାଧାରଣ ନିର୍ବାଚନ ବିଜେଡ଼ି ଆଜି ଚାଳିଶ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ଶୀର୍ଷରେ ରହିଛି । ଅନ୍ୟମାନଙ୍କ ମଧ୍ୟରେ ଦଳର ଉପସଭାପତି ଅନଙ୍ଗ ଉଦୟ ସିଂଦେଓ ,ପ୍ରସନ୍ନ ପାଟ୍ଟଶାଣୀ ଓ ପ୍ରସନ୍ନ ଆଚାର୍ଯ୍ୟଙ୍କ ନାଁ ମଧ୍ୟ ରହିଛି । ସେହିଭଳି ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ , ପଦ୍ମନାଭ ବେହେରା ,ନିରଂଜନ ପୂଜାରୀ, ବିକ୍ରମ କେଶରୀ ଆରୁଖ, ରବି ନାରାୟଣ ପାଣି ,ପ୍ରଶାନ୍ତ ନନ୍ଦଙ୍କ ନାଁ ମଧ୍ୟ ଏହି ଷ୍ଟାର ପ୍ରଚାରକ ତାଲିକାରେ ଅର୍ନଭୁକ୍ତ ।
ଦଳର ଉପସଭାପତି ଏନ.ଭାସ୍କର ରାଓ, ପ୍ରମିଳା ମଲ୍ଲିକ , ନବକିଶୋର ଦାଶ, ପ୍ରଣବ ପ୍ରକାଶ ଦାଶ ,ପ୍ରତାପ ଜେନା ,ସଂଜୟ ଦାଶବର୍ମା, ପ୍ରତାପ କେଶରୀ ଦେବ,ଚନ୍ଦ୍ରସାରଥୀ ବେହେରା, ଦିଲ୍ଲୀପ ତୀର୍କୀ,ସୁବାସ ସିଂ , ସୁଶାନ୍ତ ସିଂ ,ତେଜେଶ୍ଵର ପରିଡ଼ା, ମିନତି ବେହେରା, ଲୋପାମୁଦ୍ରା ବକ୍ସିପାତ୍ର,ଶୀମୟୀ ଶ୍ଵେତା ସ୍ନିଗ୍ଧା ମିଶ୍ର, ଅସୀମ ଅମିତାଭ ଦାଶ , ଅମରେଶ ପତ୍ରୀ, ରାଣା ପ୍ରତାପ ପାତ୍ରଙ୍କ ନାଁ ମଧ୍ୟ ତାଲିକାରେ ରହିଛି । ଅପରପକ୍ଷରେ ଅବିନେତା ତଥା ସାଂସଦ ଅନୁଭବ ମହାନ୍ତି, ସିନ୍ଧାନ୍ତ ମହାପାତ୍ର, ବିଧାୟକ ଆକାଶ ଦାସନାୟକ, ଅରିନ୍ଦମ ରାୟ,ମୁନ୍ନା ଖାଁ,କୁନା ତ୍ରିପାଠୀ ପ୍ରମୁଖ ଚିତ୍ରତାରକାମାନେ ହ୍ଟାର ପ୍ରଚାରକ ତାଲିକାରେ ରହିଛନ୍ତି ।
