ବିଜେଡ଼ି ଷୋଷଣା କଲା ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

Published By : Prameya-News7 Bureau | March 25, 2019 IST

ଭୁବନେଶ୍ଵର ୨୫/୩- ବିଜେଡ଼ି ଷୋଷଣା କଲା ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଫୁଲବାଣୀ ଓ ବୀରମିତ୍ରପୁର ଏହି ଦୁଇଟି  ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ।

{"id":96880}

ବୀରମିତ୍ରପୁର ପାଇଁ  ବିଜେଡ଼ି ପ୍ରାର୍ଥୀ ରୂପେ ମାଖଲୁ ଏକ୍କା ଓ ଫୁଲବାଣୀ ପାଇଁ ଅଙ୍ଗଦ କଅଁରଙ୍କୁ  ଟିକେଟ ଦିଆଯାଇଛି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ।ବର୍ତ୍ତମାନ ସୁଦ୍ଧା ବିଜେଡି ସମୁଦାୟ ୯ ଲୋକସଭା ଏବଂ ୬୫ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଆସନ୍ତା କାଲି ପୂର୍ବାହ୍ନରେ ତୃତୀୟ ଓ ୪ ର୍ଥ ପର୍ଯ୍ୟାୟ ନିର୍ବାଚନର ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ ବୋଲି ଆଶା କରାଯାଉଛି । ବର୍ତ୍ତମାନ ସୁଦ୍ଧା ନେତାଙ୍କ ଦଳ ଡିଆଁ ସରିନଥିବାରୁ ପ୍ରାର୍ଥୀ ଘୋଷଣା ବିଳମ୍ବିତ ହେଉଥିବା ଆଲୋଚନା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.