ଗାନ୍ଧୀ-ନେହେରୁ ପରିବାର ବିନା କ’ଣ କଂଗ୍ରେସର ଗତି ନାହିଁ ? ସୋନିଆ ପୁଣି କଂଗ୍ରେସ ନେତୃତ୍ବ ନେବାପରେ ତାତ୍ସଲ୍ୟ କଲା ବିଜେଡି...

Published By : Prameya-News7 Bureau | August 11, 2019 IST

ଭୁବନେଶ୍ବର ୧୧|୮: ଗାନ୍ଧୀ-ନେହେରୁ ପରିବାର ବିନା କ’ଣ କଂଗ୍ରେସର ଗତି ନାହିଁ ? ଏହି ପରିବାରର ସଦସ୍ୟ ହିଁ କ’ଣ କେବଳ ଦଳର ନେତୃତ୍ବ ନେବେ ? ନିର୍ବାଚନୀ ବିପର୍ଯ୍ୟୟ ଯୋଗୁଁ ରାହୁଲ ଗାନ୍ଧି ସଭାପତି ପଦ ଛାଡିବା ପରେ, ଏବେ ପୁଣି ସୋନିଆଙ୍କୁ କଂଗ୍ରେସର ନେତୃତ୍ବ ଦିଆଯିବା ପରେ ଏହି ଆଲୋଚନା ଯୋର୍ ଧରିଛି ।

{"id":143346}

୨ ମାସର ହଟଚମଟ। ବୈଠକ ପରେ ବୈଠକ … ବୁଲି ବୁଲି କଂଗ୍ରେସ ପୁଣି ଅଟକିଲା ସେଇଠି, ଯେଉଁଠାରୁ ହିଁ ନିଜ ମିଶନ ଆରମ୍ଭ କରିଥିଲେ ରାହୁଲ ଗାନ୍ଧି। ସୋନିଆ ଗାନ୍ଧିଙ୍କୁ କଂଗ୍ରେସ ନିଜର ନେତା ଚୟନ କରିଛି। ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ ସଂସ୍ଥା କଂଗ୍ରେସ କାର୍ଯ୍ୟକାରିଣୀ ଗତକାଲି ଦିନତମାମ ମାନସ ମନ୍ଥନ ପରେ ସୋନିଆଙ୍କ ଉପରେ ଭରସା କରିଛି।

{"id":143347}

ପରବର୍ତ୍ତୀ ସଭାପତି ଚୟନ ଯାଏଁ ଅନ୍ତରୀଣ ସଭାପତି ଭାବେ ସେ ଦଳର ନେତୃତ୍ବ ସମ୍ଭାଳିବେ । ସୋନିଆଙ୍କୁ ପୁଣି ଥରେ କଂଗ୍ରେସର ନେତୃତ୍ବ ଦିଆଯିବା, ଦଳର ଦୁର୍ବଳତାକୁ ପଦାରେ ପକାଇଛି ବୋଲି ସମୋଲୋଚନା ହେଉଛି । ୧୯୯୧ରେ ରାଜୀବଗାନ୍ଧିଙ୍କ ଙ୍କ ଦେହାନ୍ତ ପରେ ସୋନିଆ କହିଥିଲେ ତାଙ୍କ ପରିବାରର କେହି ରାଜନୀତିକୁ ଆସିବେନି ।

{"id":143348}

ମାତ୍ର ପରିବର୍ତ୍ତିତ ପରିସ୍ଥିତିରେ ସେ ୧୯୯୮ରୁ ୨୦୧୭ ଯାଏଁ ଦୀର୍ଘ ୧୯ ବର୍ଷ କଂଗ୍ରେସର ସଭାପତି ଦାୟିତ୍ବ ସମ୍ଭାଳିଲେ ସୋନିଆ । ୨୦୧୭ରେ ପୁଅ ରାହୁଲ ଗାନ୍ଧୀ ଦଳର ସଭାପତି ଦାୟିତ୍ବ  ନେଇଥିଲେ। କିନ୍ତୁ ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ରାହୁଲ ପଦ ତ ଛାଡ଼ିଲେ , ତା ସହିତ ଘୋଷଣା କଲେ କଂଗ୍ରେସର ପରବର୍ତ୍ତୀ ସଭାପତି ନେହେରୁ-ଗାନ୍ଧୀ ପରିବାର ବାହାରୁ ହିଁ ହେବେ । ମାତ୍ର, ଏବେ ପୁଣି ସୋନିଆଙ୍କୁ କଂଗ୍ରେସ ସଭାପତି କରିବାକୁ ନେଇ ଏବେ ବିଜେପି ସମାଲୋଚନା କରିଛି।

{"id":143349}

ବର୍ତ୍ତମାନ ପରିସ୍ଥିତିରେ ଅଭିଜ୍ଞ ସୋନିଆ କଂଗ୍ରେସକୁ ସମ୍ଭାଳିବା ଉଚିତ୍ ବୋଲି ରାଜ୍ୟର କଂଗ୍ରେସ ନେତାମାନେ ଯୁକ୍ତି ବାଢିଛନ୍ତି । ସେପଟେ କଂଗ୍ରେସର ଏହି ନିଷ୍ପତ୍ତିକୁ ନେଇ ବିଜେଡି ତାତ୍ସଲ୍ୟ କରିଛି। ସେପଟେ ୨୦୦୯ରୁ ୧୪ ୟୁପିଏକୁ ସମର୍ଥନ କରିଥିବା ଏବଂ ଏଥର ଓଡ଼ିଶାରେ ନିର୍ବାଚନୀ ବୁଝାମଣା କରିଥିବା ବାମପନ୍ଥୀ ବି ଏହାକୁ ସ୍ବାଗତ କରିଛନ୍ତି।

{"id":143350}

ଲଗାତର ଦୁଇଟି ଲୋକସଭା ନିର୍ବାଚନରେ ପରାଜୟ ଏବଂ ଏକାଧିକ ରାଜ୍ୟରେ କ୍ଷମତା ହରାଇଛି କଂଗ୍ରେସ ସେପଟେ ବିଜେପି କଂଗ୍ରେସ ମୁକ୍ତ ଭାରତର ନାରା ଦେଉଛି। ଏବେ ସୋନିଆ ଦଳକୁ କେଉଁ ଦିଶା ଦେଉଛନ୍ତି ତାହା ଉପରେ କଂଗ୍ରେସ କର୍ମୀଙ୍କ ନଜର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.