Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ଗାନ୍ଧି ଜୟନ୍ତୀରୁ ବିଜେଡି ଆରମ୍ଭ କଲା କରୋନା ସଚେତନତା, ଗାଁ ଗାଁ ବୁଲି ମାସେ ଯାଏଁ ଲୋକଙ୍କୁ ସାବଧାନ ସଚେତନ କରିବେ ନେତା ଓ କର୍ମୀ

2/10/2020 at 7:36 PM

ଭୁବନେଶ୍ୱର, ୦୨ ।୧୦: ଆଜି ଗାନ୍ଧି ଜୟନ୍ତୀରୁ ବିଜେଡି ଆରମ୍ଭ କରିଛି କରୋନା ସଚେତନତା ଅଭିଯାନ । ଆଗମୀ ମାସେ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ଗାଁଠୁ ସହର ସବୁଠି ପଦଯାତ୍ରା କରି ଲୋକଙ୍କୁ କରୋନା ସଚେତନତାର ବାର୍ତ୍ତାବାଣ୍ଟିବେ ବିଜେଡି ନେତା ଆଉ କର୍ମୀ । ସେପଟେ କେନ୍ଦ୍ର ସରକାରଙ୍କ କୃଷି ବିଲ୍‌ ପ୍ରତ୍ୟାହାର ଦାବିରେ ଆଜିଠୁ ସାରା ଦେଶରେ ଦସ୍ତଖତ ଅଭିଯାନ ସହ ଚାଷୀ ପଦଯାତ୍ରା ଆରମ୍ଭ କରିଛି କଂଗ୍ରେସ । ଉଭୟ ଦଳର ପଦଯାତ୍ରା ପଲିଟିକ୍‌ସ୍‌ ବାବଦରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ।

ଗାନ୍ଧି ଜୟନ୍ତୀରୁ ଆରମ୍ଭ ହୋଇଛି ପଦଯାତ୍ରା ପଲିଟିକ୍‌ସ । ଆଜିଠୁ ରାଜ୍ୟବ୍ୟାପୀ କରୋନା ସଚେତନତା ବର୍ତ୍ତା ବାଣ୍ଟିବାକୁ ବାହାରିଛି ବିଜେଡି । ଏହି ଅଭିଯାନରେ ଗାଁଠୁ ସହର ସବୁଠି ପଦଯାତ୍ରା କରି ଲୋକଙ୍କୁ କରୋନା ସତର୍କତା ସମ୍ପର୍କରେ ସଚେତନ କରାଇବା ସହ କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କ ସଫଳତା ବାର୍ତ୍ତା ବାଣ୍ଟିବେ ନେତା ଓ କର୍ମୀ । ଆଗାମୀ ମାସେ ପର୍ଯ୍ୟନ୍ତ ଚାଲିବ ବିଜେଡିର ଏହି ଅଭିଯାନ । ଲୋକଙ୍କୁ ମାସ୍କ ବାଣ୍ଟିବା ସହ, ସାମାଜିକ ଦୂରତା ନିୟମ ପାଳନ କରିବା, ଗୁରୁତର କୋଭିଡ୍‌ ରୋଗୀଙ୍କ ଚିକିତ୍ସା ପାଇଁ ପ୍ଲାଜମା ଦାନ କରିବାକୁ ଅପିଲ୍‌ କରୁଛି ବିଜେଡି । ଏଥି ସହ କରୋନା ସଂକ୍ରମିତଙ୍କ ପାଇଁ ରାଜ୍ୟ ସରକାର କିଭଳି ସମ୍ପୂର୍ଣ୍ଣ ମାଗଣାରେ ଟେଷ୍ଟିଂ, ଚିକିତ୍ସା, ରହିବା ଓ ଖାଇବା ବ୍ୟବସ୍ଥା କରିଛନ୍ତି ସେ ସମ୍ପର୍କରେ ଅବଗତ କରାଉଛନ୍ତି ।

ଏପଟେ ରାଜ୍ୟରେ ବିଜେଡି କୋଭିଡ୍‌ ସଚେତନତାକୁ ନେଇ ପଦଯାତ୍ରା ଆରମ୍ଭ କରିଥିବା ବେଳେ ସେପଟେ ଦେଶବ୍ୟାପୀ ଚାଷୀ ପଦଯାତ୍ରା ଆରମ୍ଭ କରିଛି କଂଗ୍ରେସ । କେନ୍ଦ୍ର ସରକାରଙ୍କ କୃଷି ବିଲ୍‌କୁ ବିରୋଧ କରିବା ସହ ଏହାର ପ୍ରତ୍ୟାହାର ଦାବିରେ ଆଜିଠୁ ସାରା ଦେଶରେ ଦସ୍ତଖତ ଅଭିଯାନ ଆରମ୍ଭ କରିଛି ଦଳ । ଏଥି ସହ ବିଜେଡି ଓ ବିଜେପି ଉଭୟଙ୍କୁ ସମାଲୋଚନା କରିଛନ୍ତି ଦଳୀୟ ନେତା । ସେପଟେ କଂଗ୍ରେସ ଓ ବିଜେଡିର ପଦଯାତ୍ରାକୁ ପ୍ରହସନ କହି ନିଶାନା ସାଧିଛି ବିଜେପି ।

ପ୍ରତିବର୍ଷ ଗାନ୍ଧି ଜୟନ୍ତୀ ଆସିଲେ ପଦଯାତ୍ରା ପଲିଟିକ୍‌ସ୍‌ ଆରମ୍ଭ ହୁଏ ।  ଆଗକୁ ଦୁଇ ଦୁଇଟି ଆସନରେ ଉପନିର୍ବାଚନ ସହ ପୌର ନିର୍ବାଚନ ଥିବାରୁ ସିଧାସଳକ ଲୋକଙ୍କ ପାଖରେ ପହଞ୍ଚିବାକୁ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି ।

   Related Posts