Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ଯୁଗଳ ପଟ୍ଟନାୟକଙ୍କ ଦାବି ରଖିଲାନି ବିଜେଡି ! ଭଦ୍ରକରୁ ସଞ୍ଜୀବ ମଲ୍ଲିକଙ୍କ ଟିକେଟ୍ ହେବନି ପ୍ରତ୍ୟାହାର, ମିଳିଲା ଗ୍ରୀନ୍ ସିଗନାଲ୍

31/03/2019 at 4:16 PM

ଭୁବନେଶ୍ବର ୩୧/୩: ଭଦ୍ରକ ବିଧାନସଭା ଆସନ ପାଇଁ ବିଜେଡ଼ି ଏଥର ସଞ୍ଜୀବ ମଲ୍ଲିକଙ୍କୁ ଟିକଟ ଦେଇଛି। କିନ୍ତୁ ଟିକଟ ଦେବାପରେ ଭଦ୍ରକ ଜିଲ୍ଲା ବିଜେଡ଼ିରେ ଯେଉଁଭଳି ପରିସ୍ଥିତି ଉପୁଜିଛି ତାକୁ ନେଇ ଦଳୀୟ କର୍ତ୍ତୁପକ୍ଷଙ୍କ ମୁଣ୍ଡବ୍ୟଥା ବଢ଼ିବାକୁ ଲାଗିଛି। ଏପଟେ ମାରିଲେ ଗୋହତ୍ୟା ,ସେପଟେ ମାରିଲେ ବ୍ରହ୍ମହତ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ସେଥିପାଇଁ ଭଦ୍ରକ ବିଧାନସଭା ଟିକଟକୁ ନେଇ ପୁର୍ନବିଚାର କରାଯାଇପାରେ ବୋଲି  ଚନ୍ତା କରାଯାଉଥିଲା । ଫଳରେ ରାଲିରେ ନିଜେ ଯୋଗ ନଦେବା ପାଇଁ ନବୀନ ନିବାସରୁ କୁହାଯାଇତିଲା । କିନ୍ତୁ ଆଜି ରାଲି ଆରମ୍ଭ ହେବା ପୂର୍ବରୁ ପୁଣି  ସଂଜୀବଙ୍କୁ ନବୀନ ନିବାସରୁ ଗ୍ରୀନ ସିଗନାଲ ଦିଆଯାଇଛି । ସଂଜୀବ ହିଁ ଭଦ୍ରକରୁ ଏଥର ଦଲର ପ୍ରାର୍ଥୀ ଭବେ ନିର୍ବାଚନ ଲଢିବେ ବୋଲି ସ୍ପଷ୍ଟ ହୋଇଯାଇଛି । ଭଦ୍ରକକୁ ବିଜେଡିର ଗଡ ବୋଲି କୁହାଯାଉଥିବାରୁ ସଂଜୀବଙ୍କ ସ୍ଥିତି ମଧ୍ୟ ଭଲ ବୋଲି କୁହାଯାଇପାରେ .। 

ସଞ୍ଜୀବ ମଲ୍ଲିକ ହେଉଛନ୍ତି ପୂର୍ବତନ ବିଧାୟକ ସ୍ବର୍ଗତ ମାନସ ମଲ୍ଲିକଙ୍କ ଭାଇ ଏବଂ ପୂର୍ବତନ ବିଧାୟକ ହୃଦାନନ୍ଦ ମଲ୍ଲିକଙ୍କ ପୁଅ। ସେ ମଧ୍ୟ ଜଣେ ସମାଜସେବୀ। ଦୀର୍ଘଦିନ ହେଲା ସେ ବିଜେଡ଼ି ସଙ୍ଗଠନରେ ରହିଛନ୍ତି। ଅପରପକ୍ଷରେ ଭଦ୍ରକ ବିଧାନସଭା ଆସନରୁ ଆଉ ୨ଜଣ ଷ୍ଟାଲଓ୍ବାର୍ଟ ମଧ୍ୟ ବିଜେଡ଼ି ଟିକଟ ପାଇଁ  ଆଶାୟୀ ଥିଲେ। ସେମାନେ ହେଲେ ସାଂସଦ ଅର୍ଜ୍ଜୁନ ସେଠୀ ଓ ତାଙ୍କ ପୁଅ ଅଭିମନ୍ୟୁ ସେଠୀ ଏବଂ ବିଧାୟକ ଯୁଗଳ ପଟ୍ଟନାୟକ ଓ ତାଙ୍କ ପୁଅ ଅସିତ ପଟ୍ଟନାୟକ(ବୁଲୁ)। ସଞ୍ଜୀବ ମଲ୍ଲିକଙ୍କୁ ଟିକଟ ମିଳିବା ପରେ ଅର୍ଜ୍ଜୁନ ସେଠୀ ଏବଂ ଯୁଗଳ ପଟ୍ଟନାୟକ ଉଭୟ ଅସନ୍ତୁଷ୍ଟ ଏବଂ କ୍ଷୁବ୍ଧ ହେବା ସ୍ବାଭାବିକ। ତେବେ ଏମାନଙ୍କୁ ବୁଝାସୁଝା କରିପାରିଥିଲେ ହୁଏତ ପରିସ୍ଥିତି ସୁଧୁରିପାରିଥାଆନ୍ତା। କିନ୍ତୁ ବିଜେଡ଼ି ତାହା କରିବାରେ ବିଫଳ ହୋଇଥିଲା। ଫଳରେ ଶନିବାର ଦିନ ଅର୍ଜ୍ଜୁନ ସେଠୀ ଏବଂ ତାଙ୍କ ପୁଅ ଅଭିମନ୍ୟୁ ସେଠୀ ବିଜେଡ଼ି ଛାଡ଼େିବା ସହ ବିଜେପିରେ ଯୋଗ ଦେଇଛନ୍ତି। ଏହା ଭଦ୍ରକରେ ବିଜେଡ଼ି ପାଇଁ ଏକ ବଡ଼ ଧକ୍କା ନିଶ୍ଚୟ।

ଅପରପକ୍ଷରେ ଟିକଟ ନମିଳିଥିବାରୁ ଅସନ୍ତୁଷ୍ଟ ହୋଇଥିବା ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ଏବଂ ତାଙ୍କ ପୁଅ ବୁଲୁ ପଟ୍ଟନାୟକ ମଧ୍ୟ ଏବେ କ୍ଷୁବ୍ଧ ଓ ଖଡ୍ଗହସ୍ତ। ଗତକାଲି ଯୁଗଳଙ୍କର କିଛି ସମର୍ଥକ,ସମିତିସଭ୍ୟ ,ସରପଞ୍ଚ ଏବଂ କର୍ମୀ ନବୀନ ନିବାସରେ ପହଞ୍ଚି ଦଳର ହାଇ କମାଣ୍ଡଙ୍କୁ ଚରମ ପତ୍ର ଦେଇଛନ୍ତି। ଯୁଗଳ ପଟ୍ଟନାୟକ ବା ତାଙ୍କ ପୁଅ ବୁଲୁ ପଟ୍ଟନାୟକଙ୍କୁ ଟିକଟ ନମିଳିଲେ ସମୂହ ଇସ୍ତଫା ଦେବାକୁ ଧମକ ଦେଇଥିଲେ । ଖୋଦ ଯୁଗଳଙ୍କୁ ମଧ୍ୟ ଗତକାଲି ରାତିରେ ନବୀନ ନିବାସରେ ଦେଖିବାକୁ ମିଳିଥିଲା । ତେବେ ସମ୍ଭବତଃ  ଯୁଗଳଙ୍କୁ କୌଣସିମତେ ବୁଝାସୁଝା କରିବାରେ ଦଳ ସକ୍ଷମ ହୋଇଛି । ଟିକେଟ ଦେବା ଦାବିକୁ ମଧ୍ୟ ଏଡାଇଦେଇଛି । ଫଳରେ ଆଜି ସକାଳୁ ସଞ୍ଜୀବ ମଲ୍ଲିକଙ୍କୁ ଗ୍ରୀନ ସିଗନାଲ ଦିଆଯାଇଛି ।

ଭଦ୍ରକ ନିର୍ବାଚନମଣ୍ଡଳିରେ ଏବେ ଯୁଗଳ କିଶୋର ପଟ୍ଟନାୟକ ଓ ତାଙ୍କ ପୁଅ ବୁଲୁ ପଟ୍ଟନାୟକ କଣ ପପକ୍ଷେପ ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିବ । 

   Related Posts