ବିଜେଡ଼ି ହେଲା ଫେରାଦ- ଅଟଳ ପେନସନ ଯୋଜନାର ଛାୟା ବିଜ୍ଞାପନ ବିଜେପି କରୁଛି ପ୍ରଚାର

Published By : Prameya-News7 Bureau | March 28, 2019 IST

ଭୁବନେଶ୍ଵର ୨୮/୩-ନିର୍ବାଚନ ଆଚରଣ ବିଧି ଲାଗୁହୋଇଥିବା ବେଳେ ବିଜେପି ଅଟଳ ପେନସନ ଯୋଜନାର ଛାୟାରେ ବିଜ୍ଞାପନ ପ୍ରଚାର କରୁଥିବା କଥା ନିର୍ବାଚନ କମିଶନରଙ୍କ ପାଖରେ ଫେରାଦ ହୋଇଛି ବିଜେଡ଼ି । ଗତ ୨୬ ତାରିଖରେ ଜୀ ଟିଭିରେ ଆପକେ ଆଜାନ ସେ କାର୍ଯ୍ୟକ୍ରମ ଚାଲିଥିବାବେଳେ ୨ମିନିଟର ଏକ ଛାୟା ବିଜ୍ଞାପନ ପସାରିତ କରାଯାଇଥିଲା ବୋଲି ବିଜେଡ଼ି ଆଣିଛି ଅଭିଯୋଗ ।

ବିଜେପି ଗଣତାନ୍ତ୍ରିକ ବ୍ୟବସ୍ଥାର ନୀତି ଓ ଆଦର୍ଶକୁ ଖୋଲାଖୋଲି ଭାବେ ବିରୋଧ କରୁଥିବା କଥା କହିଛି ବିଜେଡ଼ି ।

ବିଜେପିର ଏଭଳି କାର୍ଯ୍ୟକ୍ରମକୁ ରୋକ ଲଗାଯିଵା ସହିତ ଛାୟା ବିଜ୍ଞାପନ ପ୍ରଚାର କରୁଥିବା ଟିଭି ଚାନେଲ ଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଲଗାଇବାକୁ ବିଜେଡ଼ି ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହୋଇଛି ।ଏହି ପ୍ରତିନିଧି ଦଳରେ  ସସ୍ମିତ ପାତ୍ର, ଲେଲିନ ମହାନ୍ତି,ସୁଲୋଚନା ଦାସ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.