ବିଜେଡି କହୁଛି ବିଜେପୁର ବ୍ଲକରେ କ୍ଲିନସୁଇପ କରିବ, ବିଜେପିର ଯୁକ୍ତି କଣ ଜାଣନ୍ତୁ…

Published By : Prameya-News7 Bureau | October 14, 2019 IST

ବିଜେପୁର୧୪|୧୦; ବିଜେପୁର ବ୍ଲକକୁ ନେଇ ବିଜେଡି ବିଜେପି ଭିତରେ ଛକପଞ୍ଝା। ବିଜେଡି ବିଜେପୁର ବ୍ଲକରୁ କ୍ଲିନସ୍ବୀପ କରବାକୁ ଦାବୀ କରୁଛି। ବିଜେପୁର ବ୍ଲକବାସୀ ବିଜେଡି ସାଥିରେ ଅଛନ୍ତି। କେବଳ ପଂଚୟତ ଦାୟିତ୍ବରେ ବିଜେଡି ନେତାଙ୍କ ଭିତରେ ପ୍ରତିଯୋଗିତା ହେବ ପଞ୍ଚାୟତରେ କିଏ କେତେ ଭୋଟ ଅଧିକା ଭୋଟ ଦେଇପାରିବ। ଏପଟେ  ବିଜେଡ଼ିର ଏ ଭଳି  ଯୁକ୍ତି ଓ ବାହାସ୍ପୋଟକୁ  ଗ୍ରହଣ କରିପାରୁନି ବିଜେପି। ବିଜେପି କହିଛି ଗତ ନିର୍ବାଚନରେ ବିଜେପି ବିଜେପୁର ବ୍ଲକରୁ ୨୧ହଜାର ଭୋଟ ପାଇଥିଲା। ଏଥର ଏହା ଡବଲ ହେବ। ବିଜେଡି ଅର୍ଥବଳ ଆଉ ବାହୁବଳ  ଖଟେଇ ଭୋଟ ନେବାକୁ ଚାହୁଁଚି।  ବିଜେପୁର ଯାହା ପ୍ରତିଶ୍ରୁତି ଦେଇଥିଲର କିଛି ପୂରଣ ହୋଇନି। ବିଜେପୁର ବାସୀ ଙ୍କ ଭିତରେ ଅସନ୍ତୋଷ ରହିଛି। ସେ ଭୋଟ ବିଜେପିକୁ ଦେବେ।

ଗାଇସିଲେଟରେ ସାମ୍ନା ସାମ୍ନି ହୋଇଛନ୍ତି ବିଜେଡି- ବିଜେପି। ବିଜେପି ୪ଦିନ ଧରି ହେଭିୱେଟ ନେତାଙ୍କୁ ନେଇ ପ୍ରଚାର କରୁଛି। ଆଜି ବି ବିଜେପିର  ଗିରିଧର ଗମାଙ୍ଗ, କେଭି ସିଂ ଦେଓ, ବସନ୍ତ ପଣ୍ଡା, ସୁରେଶ ପୂଜାରୀ ପ୍ରଚାର କରୁଛନ୍ତି।  ବିଜେପିକୁ ସାମ୍ନା କରିବାକୁ ବିଜେଡି ପ୍ରାର୍ଥୀ ରିତା ସାହୁଙ୍କୁ ଧରି ମନ୍ତ୍ରୀ ନବ ଦାସଙ୍କୁ ପ୍ରଚାର କୁ ଜୋରଦାର କରୁଛନ୍ତି।

ପ୍ରଚାରକୁ ନେଇ ବିଜେପି ବିଜେଡି ଟକରା ଟକରି ହେଥିବା ବେଳେ କଂଗ୍ରେସ ପ୍ରାଥୀ ଏକୁଟିଆ ପ୍ରଚାରରେ ଲାଗିଛନ୍ତି। ଆସନ୍ତା କାଲି ପିସିସି ସଭାପତିଙ୍କ ସମେତ ତୁଙ୍ଗ ନେତା ମଇଦାନକୁ ଓହ୍ଲେଇବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.