କାକଟପୁରରେ ବଦଳିଲା ବିଜେଡି ଟିକେଟ, ସୁରେନ୍ଦ୍ର ସେଠୀଙ୍କ ସ୍ଥାନରେ ତୁଷାରକାନ୍ତି

Published By : Prameya-News7 Bureau | April 07, 2019 IST

ଭୁବନେଶ୍ବର୭|୪: ପୁରୀ ଜିଲ୍ଲା କାକଟପୁର ବିଧାନସଭା ନିର୍ବାଚନ ପାଇଁ ବିଜେଡି ଟିକେଟ ବଦଳାଇଛି । ଏହି ଆସନରୁ ବିଧାୟକ ସୁରେନ୍ଦ୍ର ସେଠୀଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା । ତେବେ ଆଜି ତାଙ୍କ ଟିକେଟ ପ୍ରତ୍ୟାହାର କରି ସେଠାରେ ତୁଷାରକାନ୍ତି ବେହେରାଙ୍କୁ ଦଳ ପ୍ରାର୍ଥୀ କରିଛି ।

ତୁଷାରକାନ୍ତି ଗତ ସପ୍ତାହରେ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିଲେ । ତୁଷାର କାନ୍ତିଙ୍କୁ ବିଜେପି କାକଟପୁର ବିଧାନସଭା ପାଇଁ ଟିକେଟ ଦେଇଥିଲେ ମଧ୍ୟ ସେ ବିଜେଡିରେ ଯୋଗ ଦେଇଥିବାରୁ ସୁରେନ୍ଦ୍ରଙ୍କ ଟିକେଟ ବଦଳାଇ ତାଙ୍କୁ ପ୍ରାର୍ଥୀ କରାଯାଇପାରେ ବୋଲି ଆଲୋଚନା ହେଉଥିଲା । ଶେଷରେ ସେୟା ହିଁ ହୋଇଛି । ଆଜି ବିଜେଡି ସୁପ୍ରିମୋ କାକଟପୁରରୁ ତୁଷାରକାନ୍ତିଙ୍କୁ ପ୍ରର୍ଥୀ ଘୋଷଣା କରିଛନ୍ତି ।

ତୁଷାରକାନ୍ତି ବିଜେଡିରେ ଯୋଗ ଦେବାପରେ ବିଜେଡିର ପୂର୍ବତନ ବିଧାୟକ ରବି ମଲିକ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ । ବିଜେପି ରବି ମଲିକଙ୍କୁ କାକଟପୁରରୁ ପ୍ରାର୍ଥୀ କରିଛି । ଟିକେଟ କଟିବାପରେ ସୁରେନ୍ଦ୍ର ସେଠୀ ବିଦ୍ରୋହୀ ହେବା ଆଶଂକା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.