ଡିସେମ୍ବର ୨୬ରେ ବିଜେଡି ପାଳନ କରିବ ପ୍ରତିଷ୍ଠା ଦିବସ

Published By : Prameya-News7 Bureau | December 19, 2019 IST

ଭୁବନେଶ୍ୱର ୧୯।୧୨- ଡିସେମ୍ବର ୨୬ରେ ବିଜେଡି ପାଳନ କରିବ ପ୍ରତିଷ୍ଠା ଦିବସ । ସବୁ ଜିଲ୍ଲାରେ ଏହି ଦିବସକୁ ଧୂମଧାମରେ ପାଳନ କରିବା ସହ ରାଜ୍ୟ କାର୍ଯ୍ୟାଳୟରେ ବି ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ଜୋରଦାର ପାଳନ କରାଯିବ । ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟ ଯୋଗଦେବେ ।

ଲଗାତର ୫ ଥର ଓଡିଶାବାସୀଙ୍କ ଭରସା ଜିତି ବିଜେଡି କ୍ଷମତାକୁ ଆସିଛି । ଏବେ ମୋ ସରକାର, 5T ଆଦି କାର୍ଯ୍ୟକ୍ରମ ପ୍ରଶାସନକୁ ଚଳଚଞ୍ଚଳ କରିଛି । ସେଥିପାଇଁ ଲୋକଙ୍କ ପାଖରେ ଦଳ ଓ ସରକାରର ବାର୍ତ୍ତା ପହଁଚାଇବାକୁ ଏଥର ପ୍ରତିଷ୍ଠା ଦିବସରେ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେଡି ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.