ଆସନ୍ତାକାଲି ବିଜେଡିର ୨୧ତମ ପ୍ରତିଷ୍ଠା ଦିବସ : ୧୯ ବର୍ଷର ରାଜ୍ୟ ଶାସନ ବିରୋଧରେ ରାସ୍ତାକୁ ଓହ୍ଲାଇବେ ବିଜେପି ଓ କଂଗ୍ରେସ

Published By : Prameya-News7 Bureau | December 25, 2018 IST

ଭୁବନେଶ୍ୱର ୨୫/୧୨ : ଆସନ୍ତାକାଲି ବିଜେଡିର ପ୍ରତିଷ୍ଠା ଦିବସ। ୨୧ରେ ପାଦ ଦେବ ବିଜେଡି। ୨୦୧୯ ସାଧାରଣ ନିର୍ବାଚନ ଆଗରୁ ପ୍ରତିଷ୍ଠା ଦିବସକୁ ଭିନ୍ନ ଢଙ୍ଗରେ ପାଳିବାକୁ ଯାଉଛି ବିଜେଡି। ରାଜ୍ୟ କାର୍ଯ୍ୟଳୟରେ ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରତିଷ୍ଠା ଦିବସରେ କର୍ମୀଙ୍କୁ ମନ୍ତ୍ର ଦେବେ। ପ୍ରତି ନିର୍ବାଚନ ମଣ୍ଡଳୀରେ ପ୍ରତିଷ୍ଠା ଦିବସକୁ ପାଳନ କରିବ ଦଳ। ସେପଟେ ଆସନ୍ତା କାଲିକୁ ଟାର୍ଗେଟ କରି ରାସ୍ତାକୁ ଓହ୍ଲାଇବ କଂଗ୍ରେସ। ୧୯ ବର୍ଷର ରାଜ୍ୟ ଶାସନ ବିରୋଧରେ କଳା ଦିବସ ପାଳିବ। ସେପଟେ ବିଜେପି ଯୁବ ମୋର୍ଚ୍ଚା ବି କାଳିଠୁ ଜବାବ ମାଗୁଛି ଓଡିଶା ନାଁରେ ଆନ୍ଦୋଳନ ଆରମ୍ଭ କରିଛି।

{"id":67139}


କାଲି ମୁହାଁ ମୁହିଁ ହେବେ ତିନି ଦଳ। ରାସ୍ତାକୁ ଓହ୍ଲାଇବେ ବିଜେଡି ବିଜେପି ଓ କଂଗ୍ରେସ। କାଲି ବିଜେଡିକୁ ୨୦ ପୁରୁଛି। ବିଜେଡି ପ୍ରତିଷ୍ଠା ଦିବସ ପାଳୁଥିବା ବେଳେ ରାଜ୍ୟ ସରକାରଙ୍କ ୧୯ ବର୍ଷର ଶାସନକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇବେ ବିଜେପି ଓ କଂଗ୍ରେସ। ନିର୍ବାଚନ ଆଗରୁ ଦଳର ୨୧ ତମ ପ୍ରତିଷ୍ଠା ଦିବସକୁ ଗ୍ରାଉଣ୍ଡରେ ପହଁଚାଇବାକୁ ଯୋଜନା କରିଛି ଦଳ। ରାଜ୍ୟ କାର୍ଯ୍ୟଳୟରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କର୍ମୀଙ୍କୁ ପ୍ରତିଷ୍ଠା ଦିବସର ବାର୍ତ୍ତା ଦେବେ। ଏହା ସହ ପ୍ରତି ନିର୍ବାଚନ ମଣ୍ଡଳୀ ସ୍ତରରେ ପ୍ରତିଷ୍ଠା ଦିବସରେ ସ୍ବତନ୍ତ୍ର ସଭା ଆୟୋଜନ କରାଯାଇଛି। ଏହି ସଭାକୁ ପଞ୍ଚାୟତ ସ୍ତରରୁ କର୍ମୀ ଆସିବେ। ନିର୍ବାଚନ ଆଗକୁ ଥିବାରୁ ପାର୍ଟିର ସାଙ୍ଗଠନିକ ଦକ୍ଷତା ଏହି ସଭାରେ ଦେଖାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ।

{"id":67135,"width":587,"height":306}


ବିଜେଡି ପ୍ରତିଷ୍ଠା ଦିବସକୁ କାଉଣ୍ଟର କରିବାକୁ ରାସ୍ତାକୁ ଓହ୍ଲାଇବେ କଂଗ୍ରେସ ଓ ବିଜେପି। ରାଜ୍ୟର ବିଜେଡି ସରକାରର ୧୯ ବର୍ଷର ଶାସନରେ ରସାତଳକୁ ଯାଇଛି। ସବୁ ସ୍ତରରେ ଦୁର୍ନୀତି ବଢିଛି। ଏସବୁକୁ ପ୍ରସଙ୍ଗ କରି ପ୍ରତି ପଞ୍ଚାୟତରେ ଧାରଣା ଦେବ କଂଗ୍ରେସ। ସେପଟେ ବିଜେପି କାଲିଠୁ ଜବାବ ମାଗୁଛି ଓଡିଶା ନାଁରେ ଆନ୍ଦୋଳନ ଆରମ୍ଭ କରିବ।

{"id":67140}

ରାଜ୍ୟର କୃଷି ସମସ୍ୟା, ନାରୀ ନିର୍ଯ୍ୟାତନ, ବେକାରୀ ସମସ୍ୟା ଆଦି ପ୍ରସଙ୍ଗକୁ ନେଇ ସାରା ରାଜ୍ୟରେ ଆନ୍ଦୋଳନ କରିବ ବିଜେପି ଯୁବ ମୋର୍ଚ୍ଚା। ବାଇଟ- ନିରଞ୍ଜନ ପଟ୍ଟନାୟକ, ପିସିସି ସଭାପତି ୨୦୧୯ ନିର୍ବାଚନ ବିଗୁଲ ଏକ ପ୍ରକାର ବାଜି ସାରିଲାଣି। ଏଥି ଲାଗି ରାଜ୍ୟରେ ପଲିଟିକାଲ ଆକ୍ଟିଭିଟି ବଢି ବଢି ଚାଲିଛି। କିଏ କେତେ ଲୋକଙ୍କ ପାଖରେ ପହଁଚିବ ସେନେଇ ଚାଲିଛି ପ୍ରତିଯୋଗିତା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.