ବ୍ରହ୍ମଗିରିରୁ ପ୍ରାର୍ଥୀପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ସଞ୍ଜୟ ଦାସବର୍ମା
2/04/2019 at 10:33 PM

ପୁରୀ୨|୪: ବ୍ରହ୍ମଗିରି ନିର୍ବାଚନମଣ୍ତଳୀରୁ ବିଜେଡ଼ି ପ୍ରାର୍ଥୀ ଭାବେ ମନୋନୟନ ପତ୍ର ଦାଖଲ କରିଛନ୍ତି ସଂଜୟ ଦାସବର୍ମା। ଆଜି ପୁରୀ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଦାସବର୍ମା ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ।

ପୂର୍ବରୁ ସଂଜୟ ଦାସବର୍ମା ଏକ ବିରାଟ ଶୋଭଯାତ୍ରାରେ ବ୍ରହ୍ମଗିରିରୁ ପୁରୀକୁ ଆସିଥିଲେ। ହଜାର ହଜାର ସମର୍ଥକଙ୍କ ଗହଣରେ ଶ୍ରୀଯୁକ୍ତ ଦାସବର୍ମା ବ୍ରହ୍ମଗିରିର ଅଲାରନାଥ ମନ୍ଦିର ଦର୍ଶନ କରିବା ପରେ ପୁରୀରେ ଶୋଭାଯାତ୍ରାରେ ଆସି ପହଞ୍ଚିଥିଲେ। ନବୀନ ସରକାରଙ୍କ ବିକାଶର ମନ୍ତ୍ରକୁ ନେଇ ବ୍ରହ୍ମଗିରିର ଜନସାଧାରଣ ପୁଣିଥରେ ତାଙ୍କୁ ନିର୍ବାଚିତ କରିବେ ବୋଲି କହିଥିଲେ ଶ୍ରୀଯୁକ୍ତ ଦାସବର୍ମା।

Related Posts
ଝାରପଡା ଜେଲ୍ରେ କଏଦୀ ମୃତ, ୨୦୦୮ମସିହାରୁ ଥିଲା ଜେଲ୍ରେ
16 January 2021