ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ଅମର ପଟ୍ଟନାୟକ ଏବଂ ସସ୍ମିତ ପାତ୍ର

Published By : Prameya-News7 Bureau | June 24, 2019 IST

ଭୁବନେଶ୍ବର ୨୪|୬: ରାଜ୍ୟସଭା ନିର୍ବାଚନ ପାଇଁ ସାରା ରାଜ୍ୟରେ ରାଜନୀତି ଉଠୁଛି ପଡୁଛି । ଆଜି ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିଜେଡିର ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର । ଦଳ ପକ୍ଷରୁ ବିଧାନସଭା ପରିସରରେ ଥିବା ଅଭ୍ୟର୍ଥନା କକ୍ଷରେ ରିଟର୍ଣ୍ଣି ଅଫିସରଙ୍କ ପାଖରେ ଉଭୟ ଅମର ଓ ସସ୍ମିତ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଉଭୟ ତିନି ସେଟ୍ ଲେଖାଏଁ ନାମାଙ୍କନ ଦାଖଲ କରିଛନ୍ତି ।

ନାମାଙ୍କନ ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖଙ୍କ ସହ ବରିଷ୍ଠ ବିଜେଡି ନେତାମାନେ ଉପସ୍ଥିତ ଥିଲେ । ତେବେ ବିଜେପି ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କ ପ୍ରାର୍ଥୀପତ୍ର ଦାଖଲକୁ ଅପେକ୍ଷା ରହିଛି । ଅଶ୍ବିନୀଙ୍କ ପ୍ରାର୍ଥିତ୍ବକୁ ସମର୍ଥନ କରିଛି ବିଜେଡି । ଯାହାକୁ ନେଇ ରାଜ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.