Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

ବିଜେପୁର ଉପନିର୍ବାଚନ : ୩୦ ତାରିଖରେ ବିଜେଡି ପ୍ରାର୍ଥୀ କରିବେ ପ୍ରାର୍ଥିପତ୍ର ଦାଖଲ

25/09/2019 at 11:47 AM

ଭୁବନେଶ୍ବର ୨୫।୯: ବିଜେପୁର ଉପନିର୍ବାଚନ ଜୋରଦାର କସରତ ଚାଲିଛି । ରାଜ୍ୟର ୩ ପ୍ରମୁଖ ଦଳର କେଉଁ ପ୍ରାର୍ଥି ନିର୍ବାଚନ ମୈଦାନକୁ ଓହ୍ଲାଇବେ ସେନେଇ ଦଳୀୟ ସ୍ତରରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ଚାଲିଛି । ବିଜେପୁର ଉପନିର୍ବାଚନ ପାଇଁ ଆଜି ନବୀନ ନିବାସରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ବୈଠକ ଶେଷ ହେବା ପରେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ବିଜେପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ନେଇ ଆଲୋଚନା ହୋଇଛି । ଏନେଇ ଦଳ ସୁପ୍ରିମୋ ଶୀଘ୍ର ନାଁ ଘୋଷଣା କରିବେ । ଆସନ୍ତା ୩୦ ତାରିଖରେ ବିଜେଡି ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ, ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପୁର ଉପନିର୍ବାଚନ ଲାଗି ପ୍ରଚାର ମୈଦାନକୁ ଓହ୍ଲାଇବେ ।

ସେପଟେ ବିଜେପି ମଧ୍ୟ ୩ ଜଣଙ୍କ ନାଁକୁ ନେଇ ବ୍ୟାପକ ଆଲୋଚନା କରିବା ପରେ ସମ୍ଭାବ୍ୟ ତାଲିକା ସଂସଦୀୟ କମିଟିକୁ ପଠାଇଛି । ଯେଉଁଥିରେ ସନତ ଗଡତିଆ, ପ୍ରଦୀପ ପୁରୋହିତ ଓ ଅଶ୍ବିନୀ ଷଡଙ୍ଗୀଙ୍କ ନାଁ ରହିଛି ।

ତେବେ ଏଥର ବିଜେପୁର ନିର୍ବାଚନରେ କଂଗ୍ରେସ କିଭଳି ଭଲ ପ୍ରଦର୍ଶନ କରିବ ସେନେଇ ଗତକାଲି ଦଳର ସମନ୍ବୟ କମିଟି ବୈଠକରେ ବ୍ୟାପକ ଆଲୋଚନା ହୋଇଛି । କଂଗ୍ରେସର ସ୍ଥାନୀୟ ନେତା ରିପୁନାଥ ସେଠ କିମ୍ବା ତାଙ୍କ ପରିବାରର କାହାକୁ ଟିକେଟ୍ ମିଳିପାରେ ବୋଲି କୁହାଯାଉଛି । ଏହାପରେ ବି ୪ ଜଣ ସମ୍ଭାବ୍ୟ ନେତାଙ୍କ ନାଁ ଏଆଇସିସିକୁ ପଠାଇ ଦିଆଯାଇଛି ।

   Related Posts