ପାଟକୁରା ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲ

Published By : Prameya-News7 Bureau | April 30, 2019 IST

କେନ୍ଦ୍ରାପଡା ୩୦|୪: ପାଟକୁରା ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲ ଆଜି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସମର୍ଥକମାନଙ୍କ ସହ ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହି ସମୟରେ କେନ୍ଦ୍ରାପଡା ବିଧାୟକ ପ୍ରାର୍ଥୀ ଶଶୀଭୂଷଣ ବେହେରା ଉପସ୍ଥିତ ଥିଲେ ।

ଗତକାଲି ପାଟକୁରା ବିଧାନସଭା ପାଇଁ ପ୍ରାର୍ଥୀ ଭାବେ ଦିବଙ୍ଗତ ବିଜେଡି ନେତା ବେଦପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲଙ୍କ ନାଁ ଘୋଷଣା କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପାଟକୁରା ବିଧାନସଭା ଆସନରେ ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ଯୋଗୁଁ ପାଟକୁରାରେ ନିର୍ବାଚନ ସ୍ଥଗିତ ରହିଥିଲା । 

ପାଟକୁରା ଆସନରେ ମୋଟ୍ ୧୦ଜଣ ପ୍ରାର୍ଥୀ ମଇଦାନରେ ଥିବାବେଳେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଓ କଂଗ୍ରେସର ଜୟନ୍ତ ମହାନ୍ତି ନିର୍ବାଚନ ରଣାଙ୍ଗନରେ ଅଛନ୍ତି । ମେ ୧୯ରେ ଏହି ଆସନରେ ଭୋଟଗ୍ରହଣ ହେବ । ବେଦପ୍ରକାଶଙ୍କ ମୃତ୍ୟୁ ପରେ ଏହି ଆସନରେ ନିର୍ବାଚନ ସ୍ଥଗିତ ରଖାଯାଇଥିଲା । କିନ୍ତୁ ନିର୍ବାଚନ କମିଶନ ୧୯ତାରିଖରେ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିବା ସହ କେବଳ ବିଜେଡିକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ ରହିବ ବୋଲି ନିର୍ଦ୍ଦେଶ ଦେଇଥିଲେ । ମେ ୧ ତାରିଖ  ନାମାଙ୍କନ ପତ୍ର ଦାଖଲର ଶେଷଦିନ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.