ଆସିକା ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ପ୍ରମିଳା ବିଶୋୟୀ ଆଗୁଆ

Published By : Prameya-News7 Bureau | May 23, 2019 IST

ଭୁବନେଶ୍ବର ୨୩|୫: ୨୦୧୯ ସାଧାରଣ ନିର୍ବାଚନର ଫଳାଫଳ ପାଇଁ ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ସକାଳ ୮ଟାରୁ ଆରମ୍ଭ ହୋଇଛି କାଉଣ୍ଟିଂ । ୫୪୨ଟି ଲୋକସଭା ଓ ୪ ରାଜ୍ୟର ବିଧାନସଭା ପାଇଁ  ଭୋଟ୍ ଗଣତି । ରାଜ୍ୟର ୬୩ଟି କାଉଣ୍ଟିଂ ସେଣ୍ଟରରେ କାଉଣ୍ଟିଂ ଜାରି ରହିଛି ।

ଆସିକା ଲୋକସଭା ଆସନରେ କଂଗ୍ରେସ-ବାମପନ୍ଥୀ ମେଣ୍ଟ ପ୍ରାର୍ଥୀ ରାମକୃଷ୍ଣ ପଣ୍ଡା ଏବଂ ବିଜେପି ପ୍ରାର୍ଥୀ ଅନୀତା ପ୍ରିୟଦର୍ଶିନୀଙ୍କୁ ପଛରେ ପକାଇ ଆଗୁଆ ଅଛନ୍ତି ବିଜେଡି ପ୍ରାର୍ଥୀ ପ୍ରମିଳା ବିଶୋୟୀ । ପ୍ରମିଳା ଅତୀତରେ କେବେ ରାଜନୀତିରେ ନଥିଲେ କି ନିର୍ବାଚନ ଲଢି ନାହାନ୍ତି । ଆସିକା ସାଂସଦ ଲଡୁକିଶୋର ସ୍ବାଇଁଙ୍କ ଦେହାନ୍ତ ପରେ ନବୀନ ପଟ୍ଟନାୟକ ଆଶ୍ଚର୍ଯ୍ୟଜନକ ଭାବେ ପ୍ରମିଳାଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲେ । ପ୍ରମିଳା ବିଶୋୟୀ ଜଣେ ସ୍ବୟଂ ସହାୟିକା ଗୋଷ୍ଠୀର ସଂଯୋଜିକା ମାତ୍ର । ପ୍ରମିଳା ବିଶୋୟୀଙ୍କୁ ପ୍ରାର୍ଥୀ କରିବା ଅନେକଙ୍କୁ ଚକିତ କରିଥିଲା । ବିଜେଡି ଜାଣିଶୁଣି ଏହି ଆସନକୁ ହାତଛଡା କଲା ବୋଲି ଆଲୋଚନା ହେଉଥିଲା । ତେବେ ସବୁ ଆଲୋଚନାକୁ ଭୁଲ୍ ପ୍ରମାଣିତ କରି ପ୍ରମିଳା ବିଶୋୟୀ ଆଗୁଆ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.