ପାଟକୁରା କାଉଣ୍ଟ ଡାଉନ: ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଯେଉଁ ରୁଟ୍‌ରେ ରୋଡ଼ ସୋ କରିଥିଲେ ଆଜି ସେହି ରାସ୍ତାକୁ ବାଛିଥିଲା ବିଜେଡି, ବିଧାନସଭାରେ ମନ୍ତ୍ରୀ ରହୁନଥିବା ଅଭିଯୋଗ

Published By : Prameya-News7 Bureau | July 15, 2019 IST

ଭୁବନେଶ୍ବର୧୫|୭: ପାଟକୁରା ନିର୍ବାଚନ ପ୍ରଚାର ପାଇଁ ହାତରେ ମାତ୍ର ୩ ଦିନ। ତେଣୁ ଏବେ ଭୋଟରଙ୍କ ପାଖରେ ପହଞ୍ଚି ଭୋଟ ହାତେଇବାକୁ ଉଦ୍ୟମ ଚଳାଇଛନ୍ତି ପ୍ରାର୍ଥୀ। ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ରୁଟ୍‌ରେ ରୋଡ଼ ସୋ କରିଥିଲେ ଆଜି ସେହି ରାସ୍ତାକୁ ବାଛିଥିଲା ବିଜେଡି। ବିଜେପି ପାଇଁ ସମ୍ବିତ ପାତ୍ର, କନକ ବର୍ଦ୍ଧନ ସିଂହଦେଓ, ବୈଜୟନ୍ତ ପଣ୍ଡା ରୋଡ ସୋ କରିଥିଲେ। କଂଗ୍ରେସ ପାଇଁ ସନ୍ତୋଷ ସିଂହ ସାଲୁଜା ଓ ରୁଦ୍ର ରାଜୁ ପ୍ରଚାର କରିଛନ୍ତି।

{"id":133942}

ନାଗଣପୁରରୁ ନଡ଼ିଆବରେଇ ଆଜି ଥିଲା ବିଜେଡି ପାଳି । ବିଜେଡିର ହେଭିୱେଟ ନେତା ତଥା ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ଆଜି ପ୍ରଚାର କରିଥିଲେ। ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ରୁଟ୍‌ରେ ପ୍ରଚାର କରିଥିଲେ ସେହି ରୁଟ୍‌ରେ ବିଜେଡି ପ୍ରଚାର କରିଥିଲା। ଆଉ ଫୋକସରେ ଥିଲେ ମହିଳା ଭୋଟର। ସେପଟେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ କିଛି ଲୋକ ଗୁଜବ କରୁଥିବା ବିଜେଡି କହିଛି। ନିଜେ ସାବିତ୍ରୀ ମଧ୍ୟ ଏହାକୁ ନିଜ ସଭା ସମୟରେ ଖଣ୍ଡନ କରି କହିଥିଲେ ସେ ଫିଟ୍‌ ଅଛନ୍ତି ଏବଂ ନିର୍ବାଚନ ଜିତିବେ।

{"id":133943}

ବିଜେପି କୌଣସି ହାଲତରେ ବାଜି ହତଛଡ଼ା କରିବ ନାହିଁ ବୋଲି ଜଣାଇଛି। ଆଜି ବିଜେପିର ହେଭିୱେଟ ନେତା ସମ୍ବିତ ପାତ୍ର, କନକ ବର୍ଦ୍ଧନ ସିଂହ ଦେଓ, ବୈଜୟନ୍ତ ପଣ୍ଡା ପ୍ରଚାର କରିଥିଲେ। ଗରଦପୁରରେ ରୋଡ ସୋ କରିଥିଲେ ସମ୍ବିତ ପାତ୍ର। କଂଗ୍ରେସ ପାଇଁ ଗଡ଼ ଜଗିଛନ୍ତି ସନ୍ତୋଷ ସିଂହ ସାଲୁଜା ଓ ଏଆଇସିସି ସଂପାଦକ ତଥା ସହ ପ୍ରଭାରୀ ରୁଦ୍ର ରାଜୁ। ଦଳୀୟ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କୁ ଜିତେଇବା ଲାଗି ସେ ପ୍ରଚାର କରିଛନ୍ତି।

{"id":133944}

ଏଣେ ଆଜି ବିଧାନସଭାରେ ମନ୍ତ୍ରୀ ଓ ବିଧାୟକଙ୍କ ଅନୁପସ୍ଥିତିକୁ ଦେଖି ତାନା ମାରିଛନ୍ତି ବିରୋଧୀ। ଗୃହ ବାହାରେ ଏନେଇ ଶାସକ ଦଳ ଆଡ଼କୁ ଆକ୍ଷେପ କରିଛନ୍ତି । ଶାସକ ଦଳ ବିଧାୟକ ନିର୍ବାଚନ ପ୍ରଚାରରେ ମାତିଥିବାରୁ ଗୃହ କାର୍ଯ୍ୟ ସ୍ଥଗିତ ରଖାଯାଉ ବୋଲି ଅନୌପଚାରିକ ଭାବେ ଅପିଲ କରିଛନ୍ତି। ବିଜେଡି ଏହାକୁ ବିରୋଧ କରିଛି। ଯେଉଁମନ୍ତ୍ରୀଙ୍କର ଗୃହରେ ଆଲୋଚନା ରହିଛନ୍ତି ସେମାନେ ଗୃହରେ ଉପସ୍ଥିତ ରହିଛନ୍ତି ବୋଲି ବିଜେଡି କହିଛି।

{"id":133945}

୧୮ ତାରିଖରେ ପ୍ରଚାର ଶେଷ ହେବ ସେପର୍ଯ୍ୟନ୍ତ ନେତାଙ୍କ ଫୋକସରେ ଏବେ ପାଟକୁରା। ପାଟକୁରାରୁ ମାତୃଦତ୍ତ ମହାନ୍ତି, ପ୍ଲବନ ସ୍ବାଇଁ ଓ ସୁକାନ୍ତ ରାଉତରାୟଙ୍କ ସହିତ ଭୁବନେଶ୍ବରରୁ ପ୍ରଶାନ୍ତ ସ୍ବାଇଁ ଓ ଲକ୍ଷ୍ମୀଧର ମହାପାତ୍ରଙ୍କ ରିପୋର୍ଟ ନ୍ୟୁଜ ସେଭେନ

{"id":133946}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.