ପାଟକୁରା ବିଜେଡି ପ୍ରାର୍ଥୀଙ୍କ ଅଡ଼ୁଆ ବଢ଼ିଲା : ସରକାରୀ ରିଲିଫ୍ କ୍ୟାମ୍ପ୍‌ରେ ରିଲିଫ୍ ଏବଂ ଟଙ୍କା ବାଣ୍ଟୁଥିଲେ ସାବିତ୍ରୀ ଅଗ୍ରୱାଲ !

Published By : Prameya-News7 Bureau | May 14, 2019 IST

କେନ୍ଦ୍ରାପଡା ୧୪|୫: ସରକାରୀ ରିଲିଫ କ୍ୟାମ୍ପରେ ରିଲିଫ ଏବଂ ଟଙ୍କା ବାଣ୍ଟି ଅଡ଼ୁଆରେ ପାଟକୁରା ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ । ନିର୍ବାଚନ ଆଚରଣ ବିଧିର ଏହା  ଖୋଲା ଉଲଂଘନ ଦର୍ଶାଇ ରିଟର୍ଣ୍ଣିଂ ଅଫିସରଙ୍କୁ ଫେରାଦ ହୋଇଛି ବିଜେପି |  ଏହାସହ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି ଦଳ ।

{"id":111792}

ବାତ୍ୟା ପ୍ରଭାବିତଙ୍କୁ ରିଲିଫ ଟଙ୍କା ବାଣ୍ଟି ଅଡ଼ୁଆରେ ପାଟକୁରା ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ | ଗଲା ୧୦ ତାରିଖ ଦିନ ଏକ ସରକାରୀ ରିଲିଫ୍ କ୍ୟାମ୍ପରେ ପହଞ୍ଚି ଲୋକଙ୍କୁ  ରିଲିଫ୍ ଖାଦ୍ୟ ସମାଗ୍ରୀ ଓ ସହ ଟଙ୍କା ବାଣ୍ଟିଥିଲେ ସାବିତ୍ରୀ |  ଫଟୋ ଭାଇରାଲ୍ ହେବା ପରେ ସରଗରମ ହୋଇଛି କେନ୍ଦ୍ରାପଡ଼ା ରାଜନୀତି । ବିଜେଡି ପ୍ରାର୍ଥୀଙ୍କ ଟଙ୍କା ବଣ୍ଟାକୁ ନେଇ ଘେରିଛି ବିଜେପି । ଏହାକୁ  ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଂଘନ ଅଭିଯୋଗ କରି ରିଟର୍ଣ୍ଣିଂ ଅଫିସର ଏବଂ ସିଇଓଙ୍କୁ  ଫେରାଦ ହୋଇଛି ବିଜେପିର ୮ ଜଣିଆ ପ୍ରତିନିଧି ଦଳ । ସାବିତ୍ରୀ ଅଗ୍ରୱାଲ୍ ଏବଂ ଏଥିରେ ତାଙ୍କୁ ସହଯୋଗ କରିଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି । ସେପଟେ ସମାନ ଅଭିଯୋଗ ବାଢ଼ିଛି କଂଗ୍ରେସ ।  

{"id":111793}

ପାଟକୁରା ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲଙ୍କ ଟଙ୍କା ବଣ୍ଟା ଫଟୋ ଏବେ ସୋସିଆଲ ମଡିଆରେ  ଭାଇରାଲ ହେବାରେ ଲାଗିଛି  । ସେପ​‌ଟେ ବିରୋଧୀଙ୍କ ଏଭଳି ଅଭିଯୋଗର ଉତ୍ତର ରଖିଛନ୍ତି ବିଜେଡି ନେତା ।  ରିଲିଫ୍ ଠିକ୍ ଭାବେ ବଣ୍ଟା ହେଉଛି କି ନାହିଁ, ସେହି କଥା ପଚାରିବାକୁ ସାବିତ୍ରୀ ରିଲିଫ କ୍ୟାମ୍ପକୁ ଯାଇଥିଲେ ବୋଲି ସ୍ବୀକାର କରିଛନ୍ତି । 

{"id":111794}

ବାତ୍ୟା ଫୋନି ପୂର୍ବରୁ ଓଡ଼ିଶାର ୨୧ ଲୋକସଭା ଓ ୧୪୬ ବିଧାନସଭା ଆସନରେ ନିର୍ବାଚନ ସରିଛି । କେବଳ ବାକି ରହିଛି ପାଟକୁରା ବିଧାନସଭା । ଏଠାରେ ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ ପରେ ନିର୍ବାଚନ ମେ’ ୧୯କୁ ଘୁଞ୍ଚିଥିଲା । ପରେ ଫୋନି ଯୋଗୁଁ ପୁଣି ୬୦ଦିନ ପାଇଁ ନିର୍ବାଚନ ଘୁଞ୍ଚାଇଛନ୍ତି ନିର୍ବାଚନ କମିଶନ । ପରବର୍ତ୍ତୀ ମୁହୂର୍ତ୍ତରେ ବେଦ ପ୍ରକାଶଙ୍କ ପତ୍ନୀ ସାବିତ୍ରୀ  ଅଗ୍ରଓ୍ବାଲଙ୍କୁ ଏଠାରୁ ପ୍ରାର୍ଥୀ କରିଛି ବିଜେଡି । ଏଠାରୁ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ନେଇ ଉଭୟ ବିଜେଡି ଓ ବିଜେପି ଭିତରେ ଯେତେବେଳେ ଛକାପଞ୍ଝା ଲାଗି ରହିଛି, ସେତେବେଳେ ଏଭଳି ବିଜେଡି ପ୍ରାର୍ଥୀଙ୍କ ବିରୋଧରେ ଏଭଳି ଅଭିଯୋଗ ବିରୋଧୀଙ୍କୁ ମଉକା ଦେଇଛି । ଏବେ ନଜର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆକ୍ସନ ଉପରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.