ପାଲଲହଡା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ମୁକେଶ ପାଲ୍ ବିଜୟୀ

Published By : Prameya-News7 Bureau | May 23, 2019 IST

ପାଲଲହଡା ୨୩|୫: ପାଲଲହଡା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ମୁକେଶ ପାଲ୍ ବିଜୟୀ ହୋଇଛନ୍ତି । ମୁକେଶ ପାଲ୍ ତାଙ୍କ ନିକଟତମ ପ୍ରତିନ୍ଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ଅଶୋକ ମହାନ୍ତିଙ୍କୁ ପଛରେ ପକାଇ ବିଜୟୀ ହୋଇଛନ୍ତି । ଏଠାରେ କଂଗ୍ରେସ ସୁବ୍ରତ ଗାର୍ନିକଙ୍କୁ ପ୍ରାର୍ଥୀ କରିଥିଲା । ଢେଙ୍କାନାଳ

ଲୋକସଭା ଆସନ ଅନ୍ତର୍ଗତ ପାଲଲହଡାରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ ହେଁ ଢେଙ୍କାନାଳ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଆଗୁଆ ରହିଛନ୍ତି । ପାଲଲହଡା ହେଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଜସ୍ବ ନିର୍ବାଚନ ମଣ୍ଡଳୀ । ୨୦୦୪ ମସିହାରେ ଏଠାରୁ ଧର୍ମେନ୍ଦ୍ର ପ୍ରଥମଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.