Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଢେଙ୍କାନାଳ ଲୋକସଭା ଆସନ ପାଇଁ ବିଜେଡିରୁ ମହେଶ ସାହୁ ଓ ବିଜେପିରୁ ରୁଦ୍ର ପାଣିଙ୍କ ନାମାଙ୍କନ ପତ୍ର ଦାଖଲ

4/04/2019 at 6:01 PM

ଢେଙ୍କାନାଳ ୪|୪: ଚଳିତ ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ଆଜି ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଛି । ଆଜି ଢେଙ୍କାନାଳ ଲୋକସଭା ଆସନ ପାଇଁ ବିଜେପିର ସାଂସଦ ପ୍ରାର୍ଥୀ ଭାବେ ରୁଦ୍ର ନାରାୟଣ ପାଣି ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବିଜେପି ସମର୍ଥକ ଓ କର୍ମୀମାନଙ୍କ ଗହଣରେ ଏକ ଶୋଭାଯାତ୍ରାରେ ଆସି ଢେଙ୍କାନାଳ ଜିଲ୍ଲପାଳଙ୍କୁ ରୁଦ୍ର ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଥିଲେ । କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ଲେକାଭିମୁଖୀ ଯୋଜନା ଓ ରାଜ୍ୟରେ ଦୁର୍ନିତୀ ଓ ଭ୍ରଷ୍ଟାଚାର ବିରୋଧରେ ଚଳିତ ନିର୍ବାଚନ ବିଜେପିକୁ ବହୁଳ ଜନମତ ଆଣିବ ବୋଲି ଆଶାବାଦୀ ହୋଇଛନ୍ତି ରୁଦ୍ର । 

ସେହିପରି ବିଜୁ ଜନତା ଦଳ ପକ୍ଷରୁ ଢେଙ୍କାନାଳ ଲୋକସଭା ଆସନ ପାଇଁ ସାଂସଦ ପ୍ରାର୍ଥୀ ଭାବେ ପାଲଲହଡାର ବିଧାୟକ ମହେଶ ସାହୁ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛ’ି । ବିଜେଡି କର୍ମୀ ଓ ସମର୍ଥକଙ୍କ ଗହଣରେ ଏକ ଶୋଭାଯାତ୍ରାରେ ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସକୁ ଯାଇ ମହେଶ ସାହୁ ସାଂସଦ ପ୍ରାର୍ଥୀ ଭାବେ ତାଙ୍କ ପ୍ରାର୍ଥୀ ପତ୍ର ଢେଙ୍କାନାଳ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ରାଜ୍ୟରେ ନବୀନ ବାବୁଙ୍କ ଲୋକପ୍ରିୟତା ଓ ଜନମଙ୍ଗଳ ଯୋଜନାକୁ ଆୟୁଧ କରି ସେ ଭୋଟରଙ୍କ ପାଖକୁ ଯିବେ ଓ ନିଶ୍ଚିତ ସେ ବିଜୟୀ ହବେ ବୋଲି ମହେଶ ଆଶାବାଦୀ ବୋଲି ପ୍ରକାଶ କରିଛନ୍ତି । 

   Related Posts