୯ ଲୋକସଭା ଏବଂ ୫୪ ବିଧାନସଭା ଲାଗି ବିଜେଡି ପ୍ରାର୍ଥୀଙ୍କ ନାଁ ଘୋଷଣା : ବରଗଡ଼ ଲୋକସଭା ଆସନରୁ ଲଢିବେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ

Published By : Prameya-News7 Bureau | March 18, 2019 IST

ଭୁବନେଶ୍ୱର ୧୮/୩ : ବିଜୁ ଜନତା ଦଳର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଦଳର ସଭାପତି ନବୀନ ପଟ୍ଟନାୟକ ୯ଟି ଲୋକସଭା ଓ ୫୪ଟି ବିଧାନସଭା ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ୯ଟି ଲୋକସଭା  ଆସନରୁ ୮ଟିରେ ନୂଆ ପ୍ରାର୍ଥୀ ଦିଆଯାଇଛି । ତାଲିକାରେ ଅଛନ୍ତି ୩ ମହିଳା । ସେପଟେ ୫୪ ବିଧାନସଭା ସିଟରୁ ୧୭ ବିଧାୟକଙ୍କୁ ବିଦା କରି ସେମାନଙ୍କ ସ୍ଥାନରେ ନୂଆ ମୁହଁ ଦେଇଛନ୍ତି ବିଜେଡି ସୁପ୍ରିମୋ ।

{"id":94878}

୯ ଲୋକସଭା ଏବଂ ୫୪ ବିଧାନସଭା ଲାଗି ବିଜେଡି ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି । ୯ ସାଂସଦ ପ୍ରାର୍ଥୀଙ୍କ ମଧ୍ୟରୁ ଗତଥରର ବିଜେତା ୮ ଜଣଙ୍କ ଟିକେଟ୍ କଟିଛି । ୩ ଜଣ ମହିଳାଙ୍କୁ ଦଳ ନୂଆ ମୁହଁଭାବେ ମୈଦାନକୁ ଉତ୍ତାରିଛି । ଲୋକସଭା ସିଟକୁ ନବୀନ ବେଶ ଗୁରୁତ୍ବ ଦେଇଛନ୍ତି । ହେଭିଓ୍ବେଟ ଓ  ସଙ୍ଗଠନ ଥିବା ଯୁବ ନେତାଙ୍କ ଉପରେ ଗୁରୁତ୍ବ ଦେଇଛନ୍ତି ନବୀନ ।

{"id":94879}

ବରଗଡ଼ ଲୋକସଭା ଆସନରୁ ଲଢିବେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ । ୨୦୧୪ର ବିଜେତା ପ୍ରଭାସ ସିଂହଙ୍କ ସ୍ଥାନରେ ଦଳ ପ୍ରସନ୍ନଙ୍କ ଉପରେ ଆସ୍ଥା ପ୍ରକଟ କରିଛି । କନ୍ଧମାଳ ଲୋକସଭା ପାଇଁ ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତଙ୍କ ନାଁ ଘୋଷଣା କରାଯାଇଛି । ପ୍ରତ୍ୟୁଷା ରାଜେଶ୍ବରୀଙ୍କୁ ଦଳ ଟିକେଟରୁ ବଞ୍ଚିତ କରି ଅଚ୍ୟୁତଙ୍କୁ ଭରସା କରିଛି । ସେମିତି ବ୍ରହ୍ଣପୁର ଆସନରୁ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ବଦଳାଇ କଂଗ୍ରେସରୁ ଆସିଥିବା ବରିଷ୍ଠ ନେତା ଚନ୍ଦ୍ରଶେଖର ସାହୁଙ୍କୁ ଦଳ ଏମପି ପ୍ରାର୍ଥୀ କରିଛି ।

{"id":94880}

ସୁନ୍ଦରଗଡରେ ମହିଳା ପ୍ରାର୍ଥୀ ଭାବେ ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନିତା ବିଶ୍ବାଳଙ୍କ ଉପରେ ଭରସା କରିଛି ଦଳ । କୋରାପୁଟରେ ଝିହ୍ନ ହିକକାଙ୍କ ସ୍ଥାନରେ ତାଙ୍କ ପତ୍ନୀ କୌଶଲ୍ୟା ହିକକାଙ୍କୁ ପ୍ରାର୍ଥୀ  କରିଛି । ଆସ୍କାରେ ସ୍ବୟଂସହାୟକ ଗୋଷ୍ଠୀର ସକ୍ରିୟ ମହିଳା ପ୍ରମିଳା ବିଶୋୟିଙ୍କୁ  ଦଳ ଗୁରୁତ୍ବ ଦେଇଛି । କଳାହାଣ୍ଡିରେ ବି ପୁରୁଣା ସ୍ଥାନରେ ନୂଆ ମୁହଁ ଭାବେ ମନ୍ତ୍ରୀ ଥିବା ପୁଷ୍ପେନ୍ଦ୍ର ସିଂହ ଦେଓଙ୍କୁ ଏମପି ଭାବେ ଲଢାଇବାକୁ ମଇଦାନକୁ ଓହ୍ଲାଇଛି ଦଳ ।

{"id":94881}

୯ ଲୋକସଭା ଅଧୀନରେ ଥିବା ୬୩ ବିଧାନସଭା ସିଟ ଲାଗି ପ୍ରାର୍ଥୀଙ୍କ ନାଁ ଘୋଷଣା ହେବାକୁ ଥିଲେ ବି ସେଥିରୁ ୯ ବିଧାନସଭା ଆସନ ଲାଗି ଅଙ୍କ ଛିଣ୍ଡିପାରିନି । ଯେଉଁ ୫୪ ସିଟ ଲାଗି ନବୀନ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ସେଥିରେ ୧୬ ବିଧାୟକଙ୍କ ଟିକେଟ କାଟି ନୂଆ ମୁହଁ ଦେଇଛନ୍ତି ନବୀନ । ସେମିତି ବିଜେପୁର ଉପ ନିର୍ବାଚନ ରେ ଜିତିଥିବା ରିତାଙ୍କୁ ପ୍ରାର୍ଥୀ ନକରି ନବୀନ ନିଜେ ବିଜେପୁରକୁ ଦ୍ବିତୀୟ ସିଟ ଭାବେ ନେଇଛନ୍ତି ।

{"id":94882}

ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୬ଟି ବିଧାନସଭା ସିଟରେ ବିଧାୟକଙ୍କ ଟିକେଟ କଟିଛି । ଏମାନଙ୍କ ଭିତରେ ଅଛନ୍ତି ଲଗାତର ଭାବେ ଜିତୁଥିବା ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକ, ଭି ସୁଜ୍ଞାନୀ କୁମାରୀ ଦେଓ, କଣ୍ଟାବାଞ୍ଝି ବିଧାୟକ ଆୟୁବ ଖାଁଙ୍କୁ ବି ଟିକେଟ ମିଳିନି । ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗଙ୍କୁ ଟିକେଟ ନମିଳିବାରୁ ସେ ଦଳ ଛାଡିଛନ୍ତି । ସେମିତି ନର୍ଳା ବିଧାୟକ ଧନେଶ୍ବର ମାଝୀଙ୍କ ସ୍ଥାନରେ ବରିଷ୍ଠ ନେତା ଭୁପିନ୍ଦର ସିଂହଙ୍କ ଉପରେ ଭରସା କରିଛନ୍ତି ନବୀନ

{"id":94883}

ପଞ୍ଚମ ଥର ଲାଗି ସରକାର କରିବାକୁ ନିର୍ବାଚନକୁ ଓହ୍ଲାଇଛି ବିଜେଡି । ଅନେକ ସ୍ଥାନୀୟ  ନେତାଙ୍କ ଉପରେ ଥିବା ଅସନ୍ତୋଷକୁ ଦେଖି ସନ୍ତୁଳିତ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିଛି ବିଜେଡି । ଏଥିରେ ନୂଆ ମୁହଁ ସହ ଯୁବ ବର୍ଗଙ୍କୁ ଭରସା କରିଛି ଦଳ ।

{"id":94884}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.