Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଟିକଟ୍ ପାଇଁ ନବୀନ ନିବାସରେ ଆଶାୟୀଙ୍କ ଭିଡ, ଖୁବଶୀଘ୍ର ଘୋଷଣା ହୋଇପାରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

14/03/2019 at 9:06 AM

ଭୁବନେଶ୍ବର ୧୪|୩ : ନବୀନ ନିବାସରେ ଟିକେଟ୍ ତନାଘନା । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ  ଆସନ୍ତା ୧୮ରୁ ଆରମ୍ଭ ହେବ ପ୍ରାର୍ଥୀପତ୍ର ଦାଖଲ କାର୍ଯ୍ୟକ୍ରମ । ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଓ ୨୮ଟି  ବିଧାନସଭା ମଣ୍ଡଳୀ ପାଇଁ କିଏ ହେବେ ପ୍ରାର୍ଥୀ ।  ଏହାକୁ ନେଇ ବିଜେଡି ପର୍ଯ୍ୟବେକ୍ଷକ ମାନେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ  ସିକ୍ରେଟ୍  ରିପୋର୍ଟ  ପ୍ରଦାନ କରିଛନ୍ତି । ବିଜୟ ସମ୍ଭାବନା ଆଧାରରେ ଦଳୀୟ ଟିକେଟ୍ ପ୍ରଦାନ କରାଯିବ ବୋଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ।

ଏହାସହ ଲୋକସଭା ଆସନ ପାଇଁ ଦଳ ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ ଦେବାକୁ ନବୀନ ଘୋଷଣା କରି ସାରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ୪ଟି ଲୋକସଭା ଆସନ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଏବେ ବିଜେଡି କବଜାରେ ରହିଛି । ତେଣୁ ଏଥର ସେହି ମାନେ ଟିକେଟ୍ ପାଇବେ ନା ନୂଆ ମୁହଁ ଦେଖିବାକୁ ମିଳିବ, ସେନେଇ ଆଶା ଏବଂ ଆଶଙ୍କାରେ ଅଛନ୍ତି ଆଶାୟୀ । ଏପଟେ ବିଧାୟକ ଦୌଡରେ ବହୁ ନୂଆ ନେତା ଅଛନ୍ତି । ତେବେ ନବୀନଙ୍କ ହାତରେ ଚୂଡାନ୍ତ ନିଷ୍ପତ୍ତି ରହିଛି ।

   Related Posts