Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଆସନ୍ତା କାଲିକୁ ଘୁଞ୍ଚିଲା ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା

23/03/2019 at 9:41 PM

ଭୁବନେଶ୍ବର ୨୩/୩:  ବିଜେଡ଼ିର ଦ୍ବିତୀୟ ପର୍ଯ୍ୟାୟର ଟିକେଟ ଘୋଷଣା ଆସନ୍ତା କଲିକୁ ସ୍ଥଗିତ ରହିଲା । ଆସନ୍ତା କାଲି ୧୨ଟି ଲୋକସଭା ଏବଂ ୯୩ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ । ସୂଚନାଯୋଗ୍ୟ ଯେ,  ପୂର୍ବରୁ ୯ଟି ଲୋକସଭା ଏବଂ ୫୪ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଥିଲା। ପ୍ରଥମ ପର୍ଯ୍ୟାୟ ଓ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ହେଉଥିବା ୬୩ଟି ବିଧାନସଭା ଆସନରୁ ୫୪ଟି ଆସନପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିଲା। ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆହୁରି ୯ଟି ଆସନ ବାକି ଥିଲା। ତେବେ ୯ଟି ଆସନ ସମେତ ଅନ୍ୟ ଆସନ ପାଇଁ ମଧ୍ୟ ପ୍ରାର୍ଥୀ ତାଲିକା ଘୋଷଣା ଆସନ୍ତା କାଲି ହୋଇପାରେ। ଆଜି ସଂଧ୍ୟରେ ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ହେବ ବୋଲି ନବୀନ ନିବାସ ପକ୍ଷରୁ ଖବର ଆସିବାପରେ ଗଣ ମାଧ୍ୟମ ପ୍ରତିନିଧି ଓ ଆଶାୟୀ ପ୍ରାର୍ଥୀଙ୍କ ସମର୍ଥକ ନବୀନ ନିବାସ ସମ୍ମୁଖରେ ରୁଣ୍ଡ ହୋଇଥିଲେ ।

ସେହିଭଳି ବର୍ତ୍ତମାନ ସୁଦ୍ଧା ବିଜେଡ଼ି ମାତ୍ର ୯ଟିଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି।  ଆଜି ଅପରାହ୍ନରେ ନବୀନ ନିବାସକୁ ଖୋର୍ଦ୍ଧା  ଓ ଜଟଣୀ ନିର୍ବାଚନ ମଣ୍ଡଳୀର ବିଭୁତି ବଳବନ୍ତ ରାୟ,ରାଜେନ୍ଦ୍ର ସାହୁ,ଜିତୁ ମିତ୍ରଙ୍କୁ ଡକାଯାଇଛି। ସେହିଭଳି ଗଞ୍ଜାମ ଜିଲ୍ଲା ଖଲିକୋଟର ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମଧ୍ୟ ନବୀନ ନିବାସକୁ ଡକାଯାଇଥିଲା।

ଦଳ ଭିତରେ ବୃଦ୍ଧି ପାଉଥିବା ବିଦ୍ରୋହକୁ ନିୟନ୍ତ୍ରଣ କରିବା ପାଇଁ ନବୀନ ନିବାସରେ କସରତ ଜାରି ରହିଛି। ଆସନ୍ତା କାଲି ନବୀନ ନୟାଗଡ଼ଠାରେ ପ୍ରଥମ ନିର୍ବାଚନୀ ସଭାରେ ଯୋଗ ଦେବେ। ୨୫ତାରିଖ ଦିନ ବିଜେପୁର ଯାଇ ସେଠାରୁ ପ୍ରାର୍ଥୀପତ୍ର ଦାଖଲ କରିବେ। ତେଣୁ ହାତରେ ଆଉ ସମୟ ନଥିବାରୁ  ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଖୁବଶୀଘ୍ର ଘୋଷଣା ହେବବୋଲି କୁହାଯାଉଛି। ସୂଚନାଯୋଗ୍ୟ ଯେ ୨ଟି ପର୍ଯ୍ୟାୟରେ ବିଜେପି ଅଦ୍ୟାବଧି ୧୫ଟି ଲୋକସଭା ଓ ୧୨୧ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି। ସେହିଭଳି କଂ​‌ଗେସ ୬ଟି ଲୋକସଭା ଓ ୮୯ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି।

   Related Posts