ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କ ନିର୍ବାଚନୀ ପ୍ରଚାର ଓ ରୋଡ୍ ସୋ’

Published By : Prameya-News7 Bureau | April 25, 2019 IST

ମହାକାଳପଡା ୨୫|୪: କେନ୍ଦ୍ରାପଡା ଲୋକସଭା ଆସନର ବିଜେଡି ପ୍ରାର୍ଥୀ ରାଜ୍ୟସଭା ସାଂସଦ ଅଭିନେତା ଅନୁଭବ ମହାନ୍ତିଙ୍କ ମହାକାଳପଡା ବିଧାନସଭା ନିର୍ବାଚନ ମଣ୍ଡଳିରେ ମାରାଥନ ନିର୍ବ।ଚନ ପ୍ରଚାର କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲାର ଉପାନ୍ତ ଅଂଚଳ ବତିଘର ପଂଚାୟତରେ ମାରାଥନ ନିର୍ବାଚନ ପ୍ରଚାର କରିଛନ୍ତି ।

{"id":107027}

ଚାରିଆଡେ ନଦୀନାଳ ଘେରା ଲୁଣା ଜଙ୍ଗଲ ଭରା  ଏହି ପଂଚାୟତରେ ଜମିବାଡି ସମସ୍ୟାଠାରୁ ଆରମ୍ଭ କରି ବଙ୍ଗ ଭାଷା ଭାଷି ଅଂଚଳରେ ବିଭିନ୍ନ ସମସ୍ୟା ଥିବାରୁ ତାହାର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ବିଜେପି ଦଳର ଇସ୍ତାହାରରେ ଘରେ ଘରେ ଚୌକିଦାର ଅନୁପ୍ରବେଶକାରୀ ବାହାର ଏହି ସ୍ଲୋଗାନକୁ ବିରୋଧ କରି ବଙ୍ଗ ଭାଷାଭାଷି ଭୋଟରଙ୍କୁ ଆକୃଷ୍ଟ କରି ଭାଷଣ ଦେଇଥିଲେ ।

{"id":107028}

ବିଜେଡି ଦଳର ବିଧାୟକ ପାର୍ଥି ଅତନୁ ସବ୍ୟସାଚୀ ନାୟକ,  ଲୋକସଭା ପାର୍ଥି ଅନୁଭବ ମହାନ୍ତି, ଉତ୍ତର ବରକୋଳିଖୋଳା ରାମଚଣ୍ଡି ଗାଁ, ଦକ୍ଷିଣ ବରକୋଳି ଖୋଳା କୋଚିଳା ବେଲାରି ବତୀଘର । ଗ୍ରାମ ରୋଡ୍ ସୋ’ ପରେ ପୁଣି ହେଲିକାପ୍ଟରରେ ଯୋଗେ ସୁନିତି ପଂଚାୟତକୁ ଆସି ଜଗତଜୋର ଠାରୁ ଜମ୍ବୁ ପର୍ଯ୍ୟନ୍ତ ରୋଡ୍ ସୋ’ କରିଥିଲେ । ଜମ୍ବୁ ହାଟ ପଡିଆରେ ଏକ ନିର୍ବ।ଚନୀ ସାଧାରଣ ସଭାରେ ଯୋଗ ଦେଇଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.