ବଡଚଣାରୁ ବିଜେଡି ପ୍ରାର୍ଥୀ ଅମର ପ୍ରସାଦ ଶତପଥୀ ବିଜୟୀ

Published By : Prameya-News7 Bureau | May 23, 2019 IST

ବଡଚଣା ୨୩|୫: ଯାଜପୁର ଲୋକସଭା ଅନ୍ତର୍ଗତ ବଡଚଣା ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ଅମର ପ୍ରସାଦ ଶତପଥୀ ପୁଣି ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିନ୍ଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ଅମର ନାୟକଙ୍କୁ ପରାସ୍ତ କରିଛନ୍ତି । କଂଗ୍ରେସ ବଡଚଣାରେ ଅଜୟ ସାମଲଙ୍କୁ ପ୍ରାର୍ଥୀ କରିଥିଲା ।

ଅମର ଶତପଥୀ ୨୦୧୪ ମସିହାରେ ମଧ୍ୟ ଏହି ଆସନରୁ ବିଜୟୀ ହୋଇଥିଲେ । କଂଗ୍ରେସ ଏଠାରେ ପ୍ରଥମେ ସୀତାକାନ୍ତ ମହାପାତ୍ରଙ୍କୁ ପ୍ରାର୍ଥୀ କରିଥିଲା । କିନ୍ତୁ ସେ ପ୍ରାର୍ଥୀ ନହେବା ପାଇଁ ଲେଖି ଜଣାଇବା ପରେ ଅଜୟ ସାମଲଙ୍କୁ ପ୍ରାର୍ଥୀ କରାଯାଇଥିଲା । ଅମର ଶତପଥୀ ଏହି ଆସନରୁ ୨୦୦୪ରେ ବିଜୟୀ ହେବା ପରେ କୃଷି ମନ୍ତ୍ରୀ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.