କେନ୍ଦ୍ରାପଡା ବିଧାନସଭା ଆସନ ପାଇଁ ବିଜେଡି ଓ ବିଜେପି ଭିତରେ ଚାଲିଛି ଛକାପଞ୍ଝା, ବିଜେଡିକୁ ଅପେକ୍ଷା କରିଛି ବିଜେପି, କଂଗ୍ରେସ କରିସାରିଲାଣି ପ୍ରାର୍ଥୀପତ୍ର ଦାଖଲ

Published By : Prameya-News7 Bureau | April 04, 2019 IST

କେନ୍ଦ୍ରାପଡା ୪|୪(ମାତୃଦତ୍ତ ମହାନ୍ତି): କେନ୍ଦ୍ରାପଡା ବିଧାନସଭା ଆସନକୁ ନେଇ ତୁଟୁନି ଅଡୁଆ। ଶାସକ ବିଜେଡି ଦଳ କେନ୍ଦ୍ରାପଡା ସଂରକ୍ଷିତ ଆସନ ପାଇଁ ପ୍ରାର୍ଥୀ ଘୋଷଣାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ପରିସ୍ଥିତି ଅଣାୟତ ହେଉଛି। ପୂର୍ବରୁ ଏହି ଆସନ ପାଇଁ ବିଜେଡି ଆଶାୟୀଙ୍କ ସଂଖ୍ୟା ପ୍ରାୟ ୧୦ ରହିଥିବା ବଳେ ଏବେ ତିନି ଦାବିଦାର କେନ୍ଦ୍ରାପଡା ଟିକେଟ ହାତେଇବା ପାଇଁ ପ୍ରାଣମୁର୍ଛ। ଉଦ୍ୟମ ଚଳାଇଛନ୍ତି। ଟିକେଟ୍ ବଂଟନକୁ ନେଇ ବିଜେଡିର ଅଛିଣ୍ଡା ହିସାବ ଅନ୍ୟ ଦଳକୁ ବି ସମସ୍ୟାରେ ପକାଇଛି। 

{"id":100252}

କେନ୍ଦ୍ରାପଡା ସଂରକ୍ଷିତ ବିଧାନସଭା ଆସନ ପାଇଁ ଚୁଡାନ୍ତ ହୋଇ ପାରୁ ନାହାନ୍ତି ବିଜୁ ଜନତା ଦଳର ପ୍ରାର୍ଥୀ। ଏହି ଆସନରୁ କାହାକୁ ଦିଆଯିବ ଟିକେଟ ସେ ନେଇ ନିଷ୍ପତି ନେଇପାରୁ ନାହାନ୍ତି ଦଳର ସୁପ୍ରିମୋ। ତବେ କେନ୍ଦ୍ରାପଡା ଆସନ ପାଇଁ ବିଜେଡିରେ ଆଶାୟୀଙ୍କର ଏକ ଲମ୍ବା ଧାଡି ନବୀନ ନିବାସ ଯାଏ ଲମ୍ବିଥିଲା। ସେହି ତାଲିକାରେ ଥିଲେ ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ୍, ବିଧାୟକ କିଶୋର ଚନ୍ଦ୍ର ତରାଇ, ରାଜେଶ ଦାସ, ମୂରଲୀଧର ସେଠୀ, ଦୁଷ୍ମନ୍ତ ମଲ୍ଲିକ, ଅକ୍ଷୟ ତରାଇ, ମାନସ ମଲିକ୍ ଓ ଆହୁରି ଅନେକ।

{"id":100253}

ତବେ ସମୟ କ୍ରମେ ଏମାନଙ୍କ ନାମ ତାଲିକାରୁ ବାଦ୍ ପଡିଥିବା ବଳେ ଏବେ କିଶୋର ତରାଇ ଅଥବା କିଶୋରଙ୍କ ସ୍ତ୍ରୀ ବବିତା ତରାଇ, ପୂର୍ବତନ ବିଧାୟିକା ସିପ୍ରା  ମଲ୍ଲିକ ଓ ଯୁବନେତା ରାଜେଶ ଦାସଙ୍କ ନାମ ଚର୍ଚ।ରେ ରହିଛି। କିଶୋର ନିଜ ସ୍ତ୍ରୀଙ୍କ ପାଇଁ ଟିକେଟ୍ ହାତେଇବା ଆଶାରେ ନବୀନ ନିବାସ ଆଗରେ ସମର୍ଥକଙ୍କ ଭିଡ ଜମେଇ ସାରିଥିବାବଳେ ସିପ୍ରା ଏବଂ ରାଜେଶ ନିଜନିଜ ସ୍ତରରେ ଟିକେଟ୍ ପାଇବା ପାଇଁ ଉଦ୍ୟମ ଜାର ରଖିଛନ୍ତି।   

{"id":100254}

ବିଜେଡିର ସର୍ଟ ଲିଷ୍ଟରେ ନାମ ଥିବା 3 ଜଣଙ୍କ ପଲିଟିକାଲ କ୍ୟାରିୟର ଉପରେ ଆସନ୍ତୁ ନଜର ପକାଇବା। କେନ୍ଦ୍ରାପଡା ବିଧାୟକ କିଶୋର ଚନ୍ଦ୍ର ତରାଇ ଚଳିତ ନିର୍ବ।ଚନରେ ଟିକେଟ ପାଇବା ଆଶା କ୍ଷୀଣ ଥିବାରୁ ଚତୁରତାର ସହ ସେ ନିଜ ସ୍ତ୍ରୀ ବବିତା ତରାଇଙ୍କ ପାଇଁ ଲବି କରୁଛନ୍ତି। କିନ୍ତୁ ବବିତାଙ୍କୁ ଟିକେଟ ଦେବା ପୂର୍ବରୁ ଦଳକୁ ଅନେକ ଥର ଚିନ୍ତା କରିବାକୁ ପଡୁଚି। ୨୦୧୭ ମସିହା ପଂ।ଚୟତ ନିର୍ବ।ଚନରେ ବାଲିପାଟଣା ଓ ପେଣ୍ଠପାଳରୁ ଦୁଇ ଦୁଇଟି ଜାଗାରେ ଭୋଟ ପରିଚୟପତ୍ର କରି ବିବଦରେ  ଫସି ଯାଇଥିଲେ ବବିତା।

{"id":100255}

 ସେହିପରି ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକଙ୍କ ଦୁର୍ବଳ ଲୋକସମ୍ପର୍କ ତାଙ୍କୁ ଟିକେଟ୍ ରୁ ବଂଚିତ କରିବାଭଳି ପରିସ୍ଥିତି ସୃଷ୍ଟି କରିଛି। ଅନ୍ୟପକ୍ଷରେ ଆଶାୟୀ ରାଜେଶ ଦାସ ସମ୍ପୂର୍ଣ୍ଣ ନୂଆ ହୋଇଥିବାରୁ ଦଳ ତାଙ୍କ ଉପରେ ଭରସା କରି ପାରୁନି। ତବେ ଏଠାରେ  କଂଗ୍ରେସ୍ ପ୍ରାର୍ଥୀ ଗଣେଶ୍ବର ବହେରାଙ୍କୁ କଡା ଟକ୍କର  ଦେବା ସହିତ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କ କାନ୍ଧରେ କାନ୍ଧ ଲଗେଇବା ଭଳି ଜଣେ ପ୍ରାର୍ଥୀଙ୍କୁ ତଲାସ କରୁଛି ବିଜେଡି।  

{"id":100256}

କେନ୍ଦ୍ରାପଡା ବିଧାନସଭା ଆସନ ପାଇଁ ଶାସକ ବିଜେଡିର ଗୋଟି ଚାଳନାକୁ ନଜର ରଖିଛି ବିଜେପି। ବିଜେଡିର ଅସନ୍ତୁଷ୍ଟଙ୍କୁ ଆଦରି ନେଇ କେନ୍ଦ୍ରାପଡାରେ ଟିକେଟ୍ ଦେବା ପାଇଁ ବିଜେପି ଯୋଜନା କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.