ପାଖେଇ ଆସୁଛି ନିର୍ବାଚନ: ଦୁଇଟି ସ୍ଥାନରେ ବିଜେଡି-ବିଜେପି ହାତାହାତି, ଲାଗିଲା ୧୪୪ ଧାରା

Published By : Prameya-News7 Bureau | August 29, 2018 IST

ଭୁବନେଶ୍ବର୨୯|୮: ମୁହାଁମୁହିଁ ବିଜେପି- ବିଜେଡି ରଣକ୍ଷେତ୍ର ପାଲଟିଲା ବ୍ରହ୍ମଗିରି ବ୍ଲକ ଅଫିସ ୩ ଦିନ ହେଲା ବ୍ଲକ ଆଗରେ ବିଜେପି ପ୍ରତିନିଧି ଚଳାଇଥିଲେ ଆନ୍ଦୋଳନ । ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ଦୋଳନର ସମାଧାନ ଲାଗି ଉଦ୍ୟମ  ବେଳେ ବିଜେଡି କର୍ମୀଙ୍କ ସହ ମୁହାଁମୁହିଁ ହୋଇଥିଲେ ବିଜେପି କର୍ମୀ ସେପଟେ ଖୋର୍ଦ୍ଧା ବେଗୁନିଆରେ ବି ବିଜେଡିର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି ଉଭୟ ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି । … ରଣକ୍ଷେତ୍ର ପାଲଟିଲା ବ୍ରହ୍ମଗିରି ବ୍ଲକ ଅଫିସ । କାହାର ମୁଣ୍ଡ ଫାଟିଛି ତ କାହାର ନାକ । ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ନିର୍ବାଚନତ ଜନ ପ୍ରତିନିଧିଙ୍କୁ ନଜଣାଇ କାର୍ଯ୍ୟକ୍ରମ ହୋଇଥିଲା । ଏହାର ପ୍ରତିବାଦରେ ବ୍ଲକ କାର୍ଯ୍ୟାଳୟ ଆଗରେ୩ ଦିନ ହେଲା ଧାରଣା ଦେଇଥିଲେ ବିଜେପିର ଜନ ପ୍ରତିନିଧି । ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ଦୋଳନର ସମାଧାନ ଲାଗି ଉଦ୍ୟମ ଚାଲିଥିବା ବେଳେ ସେଠାକୁ ଧସେଇ ପସିଥିଲେ ବିଜେଡି କର୍ମୀ । ଆରମ୍ଭ ହୋଇଥିଲା ମାଡପିଟ । ଚେୟାରମ୍ୟାନଙ୍କ ଅଫିସ ଭାଙ୍ଗିବା ସହ ଆକ୍ରମଣ ପ୍ରତିଆକ୍ରମଣ ହୋଇଥିଲା । ଏଥିରେ ୪ ଜଣ ଆହତ ହୋଇଛନ୍ତି ।ଉତ୍ତେଜନା ଲାଗି ରହିଥିବାରୁ ବ୍ଲକ ପରିସରରେ ୧୪୪ ଧାରା ଜାରି କରାଯାଇଛି ବ୍ଲକ ପରିସରରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସେପଟେ ଖୋର୍ଦ୍ଧା ବେଗୁନିଆ କୁଶପଲ୍ଲା ପଡିଆ ବି ପାଲଟିଛି ରଣକ୍ଷେତ୍ର । ଏଠି ମୁହାଁମୁହିଁ ହୋଇଥିଲେ ବିଜେଡିର ଦୁଇ ଗୋଷ୍ଠୀ । ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ସପକ୍ଷଗୋଷ୍ଠୀ ଓ ବିପକ୍ଷ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି ବିଧାୟକଙ୍କ ବିରୋଧୀ ଗୋଷ୍ଠୀ ବାଇକ୍ ରାଲି ଆୟୋଜନ କରିଥିଲେଯାହାକୁ ଅନୁମିତ ମିଳିନଥିଲା । କୁଶପଲା ପଡିଆରେ ବିଧାୟକଙ୍କ ବିରୋଧୀ ଗୋଷ୍ଠୀ ଏକାଠି ହୋଇଥିବା ବେଳେ ସପକ୍ଷବାଦୀ ପହଞ୍ଚି ଏହାକୁ ବିରୋଧ କରିଥିଲେ । ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ବିଧାୟକଙ୍କ ଉପରକୁ ଚେୟାର ଫୋପଡା ଫିଙ୍ଗା ସହ ପାଣି ପାଉଚ୍ ମାଡ ହୋଇଥିଲା । ସେଠାରେ ଜିଲ୍ଲା ପ୍ରଶାସନ ୧୪୪ ଧାରା ଜାରି କରିବା ସତ୍ବେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.