ରାଜ୍ୟରେ ନିର୍ବାଚନୀ ହିଂସାକୁ ନେଇ ସିଇଓଙ୍କ ନିକଟରେ ଫେରାଦ ହେଲେ ବିଜେଡି, ବିଜେପି ଓ କଂଗ୍ରେସ

Published By : Prameya-News7 Bureau | April 19, 2019 IST

ଭୁବନେଶ୍ବର ୧୯|୪: ରାଜ୍ୟରେ ନିର୍ବାଚନୀ ହିଂସାକୁ ନେଇ ଆଜି ସିଇଓଙ୍କ ନିକଟରେ ଫେରାଦ ହୋଇଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ । ସୋରଡା ବିଧାୟକ ପ୍ରାର୍ଥୀଙ୍କ ଗିରଫଦାରୀକୁ ନେଇ ବିଜେପି ଆପତ୍ତି ଉଠାଇଛି । ବିଧାୟକ ପ୍ରାର୍ଥୀ ନୀଳମଣି ଇଭିଏମ୍ ଭାଙ୍ଗି ନାହାନ୍ତି ବୋଲି ବିଜେପି କହିଛି । ବିଜେଡି ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା ଘଟାଉଥିବା ବିଜେପି କହିଛି । ଏ ନେଇ ସିଇଓଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ବିଜେପି ରାଜନୈତିକ ହିଂସାରେ ସଂପୃକ୍ତ ବୋଲି ବିଜେଡି ଅଭିଯୋଗ କରିଛି ।

ସେପଟେ କଟକ ନିର୍ବାଚନକୁ ନେଇ ସିଇଓଙ୍କ ନିକଟରେ ଫେରାଦ ହୋଇଛି କଂଗ୍ରେସ । ଉଦେଶ୍ୟମୂଳକ ଭାବେ କଂଗ୍ରେସ କର୍ମୀଙ୍କୁ ଗିରଫ କରୁଛି ପୋଲିସ । ବିଜେଡି ଇସାରାରେ ପୋଲିସ କାମ କରୁଛି ବୋଲି କଂଗ୍ରେସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.