ପିପିଲି ଥାନା ସାମ୍ନାରେ ବିଜେଡି-ବିଜେପି କର୍ମୀ ମୁହାଁମୁହିଁ

Published By : Prameya-News7 Bureau | April 02, 2021 IST

ନିମାପଡା : ପିପିଲି ଥାନା ସାମ୍ନାରେ ଶତାଧିକ ବିଜେଡି ଏବଂ ବିଜେପି କର୍ମୀ ମୁହାଁମୁହିଁ ହୋଇଥିବା ସୂଚନା ମଳିଛି । ପୂର୍ବରୁ ବିଜେପି କର୍ମୀମାନେ ଥାନା ଘେରାଉ କରିଥିବା ବେଳେ ବିଜେଡି କର୍ମୀମାନେ ସେଠାରେ ପହଞ୍ଚି ଥାନା ଘେରାଉ କରିଥିଲେ । ୨ ଦଳର କର୍ମୀମାନଙ୍କ ମଧ୍ୟରେ ବଚସା ପରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ।  

ପିପିଲିରେ ରାଜନୈତିକ ହିଂସା ତୀବ୍ର ହେବାରେ ଲାଗିଛି । ବିଜେପି ରାଲିରେ ଯାଉଥିବା ଯୁବକକୁ ବିଜେଡି କର୍ମୀ ମାଡମାରି ଗାଡି ଚାବି ଛଡାଇ ନେଇଯାଇଥିବା ଅଭିଯୋଗ ହୋଇଥିଲା । ଏହାକୁ ବିରୋଧ କରି ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଧାରଣା ଦେଇଥିଲେ । ଆଶ୍ରିତ ପଟ୍ଟନାୟକ ରାଲି ଛାଡି ସହଜପୁର ପଞ୍ଚାୟତ ରାଇରଗପୁରରେ ଧାରଣା ଦେଇଥିଲେ । କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣାରେ ବସିଥିଲେ ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.