ବିଜେପୁରରେ ବଜେଡିର ବୃହତ ବିଜୟ- ରୀତା ରଚିଲେ ଇତିହାସ

Published By : Prameya-News7 Bureau | October 24, 2019 IST

ବିଜେପୁର ୨୪।୧୦ - ରୀତା ରଚିଲେ ଇତିହାସ । ଓଡିଶା ବିଧାନସଭା ନିର୍ବାଚନ ଇତିହାସରେ ସବୁଠୁ ଅଧିକ ଭୋଟ ପାଇ ନୂଆ ରେକର୍ଡ ସ୍ଥାପନ କରିଛନ୍ତି ବିଜେଡି ପ୍ରାର୍ଥୀ ରୀତା ସାହୁ । ବିଜେପୁର ଉପନିର୍ବାଚନରେ କ୍ଲିନ ସୁଇପ୍ କରି ବିପକ୍ଷଙ୍କୁ ବହୁ ପଛରେ ପକାଇ ଦେଇଛନ୍ତି ରୀତା । ଆଗରୁ ରେକର୍ଡ ଥିଲା ୯୪ ହଜାର ୫୫୫ । ରୀତାଙ୍କ ରେକର୍ଡ ହେଲା ୯୭ ହଜାର  ୯୯୦ । ସେପଟେ ବିଜେପି ପ୍ରାର୍ଥୀ ସନତ ଗଡତିଆଙ୍କୁ ଦଳ ପୁଣି ରିପିଟ କରିଥିଲେ ବି ସେ ତାଙ୍କ ପୂର୍ବ ଭୋଟ ସଂଖ୍ୟା ବି କାଏମ ରଖି ପାରି ନାହାଁନ୍ତି । କଂଗ୍ରେସ ଏଠି ଏଥର ଏକପ୍ରକାର ସତ୍ତା ହରାଇଛି । ମାତ୍ର ୫ ହଜାର ୮୭୩ ଭୋଟ ପାଇଛନ୍ତି କଂଗ୍ରେସ ପ୍ରାର୍ଥି ଦିଲ୍ଲୀପ ପଣ୍ଡା ।

{"id":174421}

ରୀତା କଲେ ରେକର୍ଡ।  ବିଜେପୁରରେ ବାଜି ମାରିଲା ବିଜେଡି । ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କୁ ଏତେ ମାର୍ଜିନରେ ହରାଇଲେ ଯେ ଖୋଦ୍ ନବୀନଙ୍କ ରେକର୍ଡକୁ ବି କାଟିଦେଲେ । ୨୦୧୯ ସାଧାରଣ ନିର୍ବାଚନରେ ନବୀନ ପଟନାୟକ ବିଜେପି ପ୍ରାର୍ଥୀ ସନତ ଗଡତିଆଙ୍କ ଠାରୁ ୫୩ ହଜାରରୁ ଅଧିକା ଭୋଟରେ ବିଜୟୀ ହୋଇଥିଲେ । ହେଲେ ଉପନିର୍ବାଚନରେ ରୀତା ସାହୁ ସେହି ସନତ ଗଡତିଆଙ୍କଠୁ ୯୭ ହଜାର ୯୯୦ ଭୋଟରେ ଜିତିଲେ । ଯାହାକି ଓଡିଶା ବିଧାନସଭା ନିର୍ବାଚନ ଇତିହାସରେ ପ୍ରଥମ ।  

{"id":174422}

ସନତ ଏଥର ୧୫ ହଜାର ୫୧୫ କମ୍ ଭୋଟ ପାଇଛନ୍ତି । ଅର୍ଥାତ ମାତ୍ର ୫ ମାସ ବ୍ୟବଧାନ ଭିତରେ ନିଜ ଭୋଟକୁ ବି ନିଜେ ସୁରକ୍ଷିତ ରଖିପାରିଲେନି ଗଡତିଆ । ସେହିଭଳି କଂଗ୍ରେସ ସ୍ଥିତି ଦୟନୀୟରୁ ଅଧିକ ଦୟନୀୟ ହୋଇଗଲା ଏଥର । ଗତଥର କଂଗ୍ରେସ ପ୍ରାର୍ଥୀ ରିପୁନାଥ ସେଠ ୧୪ ହଜାରରୁ ଅଧିକ ଭୋଟ ପାଇଥିଲେ , ହେଲେ ଏଥର ଦୀଲ୍ଲିପ ପଣ୍ଡା ମାତ୍ର ୫ ହଜାର ୮୭୩ ଭୋଟ ପାଇ ନିଜ ଅମାନତ ହରାଛନ୍ତି । ଆଉ ଏହି ବଜୟ ମାର୍ଜିନରେ ରୀତାକୁ ବଧେଇ ଜଣାଇଛନ୍ତି ନବୀନ।

{"id":174423}

ଏଥର ପ୍ରଚାରରେ ନବୀନ ଦୁଇଦିନ ମୈଦାନକୁ ଓହ୍ଲାଇଥିଲେ।  ବିଜେଡିର ନେତା ,ମନ୍ତ୍ରୀ, ବିଧାୟକ ଶେଷ ପର୍ଯ୍ୟନ୍ତ ଡେରା ପକାଇ ରହିଥିଲେ । ଯେଉଁଥିପାଇଁ ରୀତା ରେକର୍ଡ ରଚିଲେ ।  ସେପଟେ ବିରୋଧିଙ୍କ ଇମୋସନାଲ କାର୍ଡ ଦାନା ଧରିଲା ନାହିଁ ।

{"id":174424}

ନବୀନ କାହିଁକି ବିଜେପୁର ଛାଡିଲେ ବୋଲି ବିରୋଧି ଯେଉଁ ପ୍ରସଙ୍ଗ କରିଥିଲେ ତାହା ଭୋଟରଙ୍କୁ ପ୍ରଭାବିତ କରିପାରନଥିଲା। ସେହିଭଳି ଗତ ଦେଢବର୍ଷରେ ୩ଟି ନିର୍ବାଚନରେ ବିଜେପୁରବାସୀଙ୍କୁ ବିଜେଡି ଯାହା ପ୍ରତିଶୃତି ଦେଇଥିଲା ତାହାସବୁ କାର୍ଯ୍ୟକାରୀ ହୋଇନଥିବା ବିରୋଧୀ ପ୍ରସଙ୍ଗ ଉଠାଇଥିଲେ। ତାହା ବି କାମ ଦେଇନି।

{"id":174425}

ନିର୍ବାଚନ ଫଳ ବାହାରିବା ପରେ ବିଜେପି କହିଛି ଯେ ତାଙ୍କ ଦଳ ସରକାରଙ୍କ ବିରୁଦ୍ଧରେ ଲଢୁଥିଲା । ବିଜେଡି ବିରୁଦ୍ଧରେ ନୁହେଁ । କଂଗ୍ରେସ କହିଛି ଏହି ବିଜୟ ପ୍ରଚୁର ଅର୍ଥ ଶ୍ରାଦ୍ଧ କରି ପାଇଛି ବିଜେଡି ।

{"id":174426}

ବିଜେପୁର ଉପନିର୍ବାଚନ ପୁଣି ପ୍ରମାଣିତ କରିଛି ପ୍ରଚାର ଓ ଭୋଟ ହାତେଇବା କୌଶଳ କ୍ଷେତ୍ରରେ ବିଜେପି ଓ କଂଗ୍ରେସ ବିଜେଡିଠାରୁ ବହୁ ଆଗରେ ।

{"id":174427}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.