ସସ୍ମିତ ପାତ୍ର ହେଲେ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ମୁଖ୍ୟ ସଚେତକ

Published By : Prameya-News7 Bureau | July 26, 2019 IST

ଭୁବନେଶ୍ୱର ୨୬।୭: ସାଂସଦ ଡ. ସସ୍ମିତ ପାତ୍ରଙ୍କୁ ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳର ମୁଖ୍ୟ ସଚେତକ ଭାବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ନିଯୁକ୍ତ କରିଛନ୍ତି। ସେହିଭଳି ରାଜ୍ୟସଭା ସାଂସଦ ଡା. ଅମର ପଟ୍ଟନାୟକଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ୱ ସହ ସଂସଦୀୟ ଦଳ କାର୍ଯ୍ୟାଳୟ ଦାୟିତ୍ୱ ପ୍ରଦାନ କରାଯାଇଛି। ବିଜେଡି ପକ୍ଷରୁ ଶୁକ୍ରବାର ଏ ନେଇ ପ୍ରକାଶିତ ଏକ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। 

ସୂଚନା ଯୋଗ୍ୟଯେ ସାଧାରଣ ନିର୍ବାଚନ ପରେ ଖାଲି ପଡିଥିବା ୩ଟି ରାଜ୍ୟସଭା ଆଶନ ମଧ୍ୟରୁ ୨ଟିରେ ଡ. ସସ୍ମିତ ପାତ୍ର ଓ ଡ. ଅମର ପଟ୍ଟନାୟକଙ୍କୁ ଦଳ ପକ୍ଷରୁ  ନିର୍ବାଚିତ କରାଯାଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.