Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଜେପିକୁ ଜବାବ ଦେଲା ବିଜେଡି ; ବିଜେପିର ଡବଲ୍ ଇଞ୍ଜିନ୍ ଫର୍ମୁଲା ଦେଶକୁ ଲାଇନ୍‌ଚ୍ୟୁତ କରୁଛି

27/04/2019 at 12:42 PM

ଭୁବନେଶ୍ବର ୨୭|୪: ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ର ହିସାବ ମାଗିବା ପରେ ଏହାକ ଜବାବ ରଖିଛି ବିଜେଡି । ଏ ନେଇ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଏକ ପ୍ରେସମିଟ୍ କରି ଜବାବ ଦେଇଛନ୍ତି । ପ୍ରେସମିଟ୍ ରେ ନବୀନ ସରକାରଙ୍କ ବିକାଶର ତାଲିକା ଦେଇଛି ବିଜେଡି । ସସ୍ମିତ ପାତ୍ର କହିଛନ୍ତି ଗରିବିରେ ବିଜେପି ଶାସିତ ରାଜ୍ୟ ଆଗୁଆ । ଦକ୍ଷତା ବିକାଶ କ୍ଷେତ୍ରରେ ଓଡିଶା ଏକ ନମ୍ବର ରାଜ୍ୟ । ରାଜ୍ୟରେ ୯ ଲକ୍ଷ ଯୁବକ ଯୁବତୀଙ୍କୁ ଦକ୍ଷତା ବିକାଶ ତାଲିମ ଦିଆଯାଇଛି । ୧୮-୧୯ ଆର୍ଥିକ ବର୍ଷରେ ପାଖାପାଖି ଏକ ଲକ୍ଷ ଯୁବକ ଯୁବତୀଙ୍କୁ ଚାକିରି ମଧ୍ୟ ଦେଇଛନ୍ତି ରାଜ୍ୟ ସରାକର । ମିଶନ ଶକ୍ତିରେ ୭୦ ଲକ୍ଷ ମହିଳାଙ୍କୁ ଶସକ୍ତ କରାଯାଇଛି । ୭ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀ ନିର୍ମାଣ ହୋଇଛି । ବିପର୍ଯ୍ୟୟ ପରିଚାଳନାରେ ଜାତିସଂଘ ଠାରୁ ସ୍ବୀକୃତି ମିଳିଛି ।

ବିଜେପିର ଡବଲ ଇଞ୍ଜିନ ଫର୍ମୁଲା ଦେଶକୁ ପଛକୁ ପଛକୁ ନେଇ ଯାଇଛି । ବିକାଶ ତ ହେଉନି, ହେଲେ ବିଜେପିର ଡବଲ ଇଞ୍ଜିନ ଫର୍ମୁଲା ଦେଶକୁ ଲାଇନଚ୍ୟୁତ କରୁଛି । ଗୁଜରାଟର ବିକାଶ ମଡେଲ ନେଇ ପ୍ରଶ୍ନ କରିଛି । ବିଜୁ ଜନତା ଦଳର ସିଙ୍ଗିଲ ଇଞ୍ଜିନ୍ ରାଜ୍ୟକୁ ଆଗକୁ ଆଗେଇ ନେଇଛି । ଦାରିଦ୍ର ଦୂରୀକରଣରେ ଓଡିଶାର ଉଦ୍ୟମକୁ ନୀତି ଆୟୋଗ ପ୍ରଶଂସା କରିଛି । ନବୀନ ସରକାରରେ ୨୫ ପ୍ରତିଶତ ଲୋକଙ୍କୁ ଦାରିଦ୍ର‌୍ୟ ସୀମାରେଖା ତଳୁ ଉପରକୁ ଉଠାଯାଇଛି । କେନ୍ଦ୍ର ସରକାର ମଧ୍ୟ ଏକଥା ସ୍ବୀକାର କରିଛନ୍ତି । ନବୀନ ସରକାରଙ୍କ ସିଙ୍ଗିଲ ଇଞ୍ଜିନ ଓଡିଶାକୁ ବିକାଶଶୀଳ କରିଛି । ବିଜେଡି ସଭାପତି ନବୀନଙ୍କ ନେତୃତ୍ବରେ ଓଡିଶାରେ ୧୯ ବର୍ଷରେ ଅନେକ ପ୍ରଗତି ହୋଇଛି ।

   Related Posts