Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ; ଏନଡିଏ ପ୍ରାର୍ଥୀ ହରିବଂଶଙ୍କୁ ବିଜେଡିର ସମର୍ଥନ

9/08/2018 at 5:06 AM

ନୂଆଦିଲ୍ଲୀ ୯/୮ : ଆଜି ଅନୁଷ୍ଠିତ ହେବାକୁ ଯାଉଛି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ । ଏନଡିଏ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂଙ୍କୁ ବିଜେଡି ସମର୍ଥନ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି । କଂଗ୍ରେସ ପ୍ରାର୍ଥୀ ବି.କେ. ହରିପ୍ରସାଦଙ୍କ ବଦଳରେ ଜେଡିୟୁ ପ୍ରାର୍ଥୀ ହରିବଂଶଙ୍କୁ କାହିଁକି ବିଜେଡି ସମର୍ଥନ ଦେଉଛି ସେନେଇ ପ୍ରେସ୍ ରିଲିଜ ଜାରି କରି ସ୍ପଷ୍ଟ କରିଛି । ବାଚସ୍ପତି ଏବଂ ରାଜ୍ୟସଭା ଉପାଧ୍ୟକ୍ଷ ଭଳି ସାମ୍ବିଧାନିକ ପଦବୀ ପାଇଁ ନିର୍ବାଚନ ନହୋଇ ସବୁ ଦଳର ସର୍ବ ସମ୍ମତିରେ ନିଷ୍ପତ୍ତି ହେବା ଉଚିତ୍ । ଏଥିପାଇଁ ଶେଷ ମୁହୁର୍ତ୍ତ ଯାଏଁ ଅପେକ୍ଷା କରିବା ସତ୍ତ୍ବେ ଏପରି କିଛି ହେଲାନାହିଁ । ତେବେ ବିଜେଡି ଏବଂ ଜେଡିୟୁ ସମଭାବାପନ୍ନ ଦଳ ଏବଂ ଉଭୟ ଜୟପ୍ରକାଶ ନାରାୟଣ ଆନ୍ଦୋଳନରୁ ଜନ୍ମ ନେଇଥିବାରୁ ଜେଡିୟୁ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରୁଥିବା କୁହାଯାଇଛି । ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ବିକେ ହରିପ୍ରସାଦ ଓଡିଶା ପ୍ରଦେଶ କଂଗ୍ରେସର ପ୍ରଭାରୀ ଥିବାବେଳେ ରାଜ୍ୟ ସରକାର ଏବଂ ବିଜେଡି ବିରୋଧରେ ବିଶୋଦଗାରା କରିଥିବା ବିଜେଡି ପ୍ରେସ୍ ରିଲିଜ ଜାରି କରିଛି । ତେଣୁ ରାଜ୍ୟସଭାରେ ଥିବା ବିଜେଡିର ୯ଜଣ ସାଂସଦ ଉପାଧ୍ୟକ୍ଷ ପ୍ରାର୍ଥୀ ଜେଡିୟୁ ନେତା ହରିବଂଶ ନାରାୟଣ ସିଂଙ୍କୁ ହିଁ ସମର୍ଥନ କରିବେ ।ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନକୁ ନେଇ ଜାତୀୟ ରାଜନୀତିରେ ଲଢେଇ ଆରମ୍ଭ ହୋଇଛି । ଉଭୟ ଏନଡିଏ ସରକାର ଓ ବିରୋଧୀ ମେଣ୍ଟ ଏହି ନିର୍ବାଚନକୁ ନିଜର ସମ୍ମାନର ପ୍ରଶ୍ନ ବୋଲି ଧରିନେଇଛନ୍ତି । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ବିଜେଡି ନିର୍ଣ୍ଣାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଛି ।

   Related Posts